ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଣ ରୋଷଣୀ ନେଇ କନ୍ୟା ଘର ଅଭିମୁଖେ ଯାଉଥିଲା ବର ଯାତ୍ରୀଙ୍କ ଗାଡି। ସେତିକି ବେଳେ ମାଡି ଆସିଥିଲା ଅକାଳ ମୃତ୍ୟୁ। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ବରଯାତ୍ରୀଙ୍କ ଉପରେ ମାଡିଯାଇଥିଲା। ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ୬ଜଣ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଗୁରୁତର ହୋଇଛି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୋମବାର ରାତିରେ ମଧ୍ୟପ୍ରଦେଶର ରାଇସେନ ଜିଲ୍ଲା ସୁଲତାନପୁରରେ ଘଟିଥିଲା। ନର୍ମଦାପୁରରୁ ଆସୁଥିବା ବରଯାତ୍ରୀ ସୁଲତାନପୁରରେ ଦୁର୍ଘଟଣା ଘଟିଥିଲା। ବରଯାତ୍ରୀ ରାସ୍ତାରେ ନାଚଗୀତ କରୁଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଚାଳକଙ୍କ ବେପରୁ ଗାଡି ଚାଳନା ଯୋଗୁ ବରଯାତ୍ରୀଙ୍କ ଉପରେ ମାଡିଯାଇଥିଲା।
ଲୋକଙ୍କ ପାଟି ଶୁଣି ତୁରନ୍ତ ସ୍ଥାନୀୟ ଲୋକେ ପହଂଚି ଆହତଙ୍କୁ ଉଦ୍ଧାର କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଇଥିଲା। ହେଲେ ଗୁରୁତର ଅବସ୍ଥାରେ ୧୦ଜଣଙ୍କୁ ଭୋପାଳ ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି |






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..