ରିପୋର୍ଟ କାର୍ଡ / ଭୁବନେଶ୍ବର
ଆସାମ ଷ୍ଟେଟ ଜୁ ବଟାନିକାଲ ଗାର୍ଡେନ ସହିତ ପଶୁପକ୍ଷୀ ଅଦଳବଦଳ କରାଯିବ । ସେଣ୍ଟ୍ରାଲ ଜୁ ଅଥରିଟି ଏହାକୁ ଅନୁମୋଦନ କରିଛି । ୨ଟି ଗାଙ୍ଗେୟ ସଫ୍ଟସେଲ କଇଁଛ, ୨ଟି ଗ୍ରେଟ ହ୍ୱାଇଟ ପେଲିକାନ, ୨ଟି ହିମାଲୟନ ଶାଗୁଣା, ୨ଟି ବଡ ଆଡଜୁଟାଣ୍ଟ ଷ୍ଟର୍କ ନନ୍ଦନକାନନକୁ ଅଣାଯିବ । ପଶୁ ସଂଗ୍ରହରେ ୨ନୂଆ ପ୍ରଜାତି ସାମିଲ ହେବ । ବଦଳରେ ଆସାମକୁ ନନ୍ଦନକାନନ ଦେବ ୨ଟି ପେଣ୍ଟେଡ ଷ୍ଟର୍କ, ୧ଟି ମଣ୍ଡାରିନ ବତକ, ୨ଟି ସ୍ପଟ ବିଲ୍ଡ ପେଲିକାନ , ବ୍ଲାକ ବକ୍ , ୧୦ଟି ବ୍ୟାକ୍ ହେଡେଡ୍ ଇବିସ । ଏଥିପାଇଁ ଏକ ୫ ଜଣିଆ ଟିମ୍ ମଙ୍ଗଳବାର ଆସାମ ଯାଉଛନ୍ତି । ୨୧ ମାର୍ଚ୍ଚ ସୁଦ୍ଧା ସମସ୍ତ ପ୍ରାଣୀ ନନ୍ଦନକାନନରେ ପହଞ୍ଚିଯିବେ ।






More Stories
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……
ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି…..
ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ…..