ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶନିବାର ଅପରାହ୍ନ ୩ଟାରେ ନିର୍ବାଚନ ତାରିଖ ଘୋଷଣାହେବ | ସାମ୍ବାଦିକ ସମ୍ମିଳନୀ ଯୋଗେ ଇସିଆଇ ତାରିଖ ଘୋଷଣା କରିବେ। ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଲୋକସଭା ସହ ଓଡିଶା ବିଧାନସଭା ନେଇ ତାରିଖ ଘୋଷଣା କରାଯିବ। ସାଧାରଣ ନିର୍ବାଚନ ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହେବ।ଏନେଇ ଆଜି ଇଲେକ୍ସନ କମିଶନ ଏକ୍ସ ପୋଷ୍ଟ ଯୋଗେ ସୂଚନା ଦେଇଛନ୍ତି। ଏପ୍ରିଲ୍ କିମ୍ବା ମେ ମଧ୍ୟରେ ଚାରିଟି ରାଜ୍ୟ ବିଧାନସଭା ନିର୍ବାଚନ ହେବ। ସେହି ରାଜ୍ୟଗୁଡିକ ହେଉଛି, ଅରୁଣାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ସିକ୍କିମ। ସେହିପରି ମହାରାଷ୍ଟ୍ର, ହରିୟାଣା ଏବଂ ଝାଡ଼ଖଣ୍ଡ ଚଳିତ ବର୍ଷ ଶେଷରେ ଭୋଟ୍ ଦେବାର କାର୍ଯ୍ୟକ୍ରମ ରହିଛି।






More Stories
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..
ଲାଲୁଙ୍କ ପିଟିସନ ଖାରଜ…..
ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ……