ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହଜାହାଁଙ୍କ ଜାମିନ ଆବେଦନ ଖାରଜ । ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଏବଂ ସେମାନଙ୍କ ଜମି ହଡ଼ପ ମାମଲାରେ ଗତ ୨୮ ତାରିଖରୁ ଗିରଫ ହୋଇଥିଲେ ଶେଖ ଶାହଜାହାଁ | ଇଡି ପକ୍ଷରୁ ତାଙ୍କର ବିଭିନ୍ନ ଠିକଣା ଉପରେ ଚଢ଼ାଉ କରାଯାଉଥିବା ବେଳେ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି। ଶେଖ ଶାହଜାହାଁ ଏବେ ସିବିଆଇ ହାଜତରେ ଥିବା ବେଳେ କୋର୍ଟ ତାଙ୍କ ସିବିଆଇ କଷ୍ଟଡିକୁ ଆଉ ୮ ଦିନ ବଢ଼ାଇ ଦେଇଛନ୍ତି। ଏଥିସହ ଇଡି ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ଅନ୍ୟ ୭ଅଭିଯୁକ୍ତଙ୍କୁ ବି ୫ ଦିନ ପାଇଁ ସିବିଆଇ କଷ୍ଟଡିକୁ ପଠାଇ ଦିଆଯାଇଛି। ଇଡି ଟିମ୍ ଗତକାଲି ସକାଳେ ଶେଖ ଶାହଜାହାଁଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ାଉ କରିଥିଲା। କେନ୍ଦ୍ରୀୟ ସୁରକ୍ଷା ବଳ ଉପସ୍ଥିତିରେ ଇଡି ଟିମ୍ ଶାହଜାହାଁ ଙ୍କ ଇଟା ଭାଟି ସମେତ ଧମଖାଲିରେ ଥିବା ଆଡ୍ଡା ଉପରେ ଚଢ଼ାଉ କରିଥିଲା। ସେଠାରେ ଇଡି ଟିମ୍ ଶାହଜାହାଁ ଓ ତାଙ୍କ ନିକଟତମଙ୍କ ୩ ଲକଜୁରୀ କାର୍ ଜବତ କରିଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….