ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଥିବା ଏକ କୋଇଲା ଖଣିରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ କୋଇଲା ଖଣିରେ କାମ କରୁଥିବା ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣାସ୍ଥଳରୁ ୮ ଜଣ ଖଣି କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି। ଏନେଇ ଆଜି ପାକିସ୍ତାନୀ ଅଧିକାରୀମାନେ ସୂଚନା ଦେଇଛନ୍ତି।ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ, ହରନାଇ ଜିଲ୍ଲାର ଜର୍ଦାଲୋ ଅଞ୍ଚଳରେ ଏହି ଘଟଣା ଘଟିଛି। ବେଲୁଚିସ୍ତାନର ମୁଖ୍ୟ ଖଣି ନିରୀକ୍ଷକ ଅବଦୁଲ ଗନି ବଲୋଚଙ୍କ ବୟାନ ଦେଇ ରିପୋର୍ଟରେ କୁହାଯାଇଛି ଯେ ଜର୍ଦାଲୋ ଅଞ୍ଚଳରେ ଥିବା ଉକ୍ତ ଖଣିରେ ମିଥେନ୍ ଗ୍ୟାସ୍ ବିସ୍ଫୋରଣ ହେବା ସମୟରେ ଖଣି ଭିତରେ ୨୦ ଜଣ ଖଣି କର୍ମଚାରୀ ଥିଲେ। ବୁଧବାର ସକାଳ ସୁଦ୍ଧା ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ସେ କହିଛନ୍ତି। ଉଦ୍ଧାରକାରୀ ମାନେ ୧୨ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ୮ ଜଣ ଖଣି ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଠାରେ କହିରଖୁଛୁ ଯେ ଉଦ୍ଧାର ହୋଇଥିବା ଏହି ୮ ଜଣ ବିସ୍ଫୋରଣ ଖବର ଶୁଣି ପୂର୍ବରୁ ଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଖଣି ଭିତରକୁ ଯାଇ ଫସିରହିଥିଲେ ।






More Stories
ଅଖିଳେଶଙ୍କୁ ଭାଜପା ନେତାଙ୍କ ଭୟଙ୍କର ଚେତାବନୀ…..
ମୁଖ୍ୟମନ୍ତ୍ରୀ ପଦ ହରାଇଲେ ମମତା…..
ପଶ୍ଚିମବଙ୍ଗ ଗଲେ ମୁଖ୍ୟମନ୍ତ୍ରୀ…..