ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଲେକ୍ଟୋରାଲ ବଣ୍ଡକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ବିଜେପି ବିରୋଧରେ ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କହିଛନ୍ତି ଯେ ଯଦି ଇଲେକ୍ଟରାଲ ବଣ୍ଡ୍ ଦାଦାବଟି, ତେବେ ରାହୁଲ ଗାନ୍ଧି ୧୬୦୦ କୋଟି ଟଙ୍କା କେଉଁଠୁ ଆଣିଲେ | ଏହା ପୂର୍ବରୁ ରାହୁଲ ଗାନ୍ଧି ଇଲେକ୍ଟରାଲ ବଣ୍ଡକୁ ସବୁଠାରୁ ବଡ଼ ଦାଦାବଟି ବୋଲି କହି ବିଜେପିକୁ ଟାର୍ଗେଟ୍ କରିଥିଲେ । ଏହା ଉପରେ ଅମିତ ଶାହା କହିଛନ୍ତି ଯେ ରାହୁଲ ଗାନ୍ଧି ମଧ୍ୟ ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ୧୬୦୦ କୋଟି ଟଙ୍କା ପାଇଛନ୍ତି । ସେମାନେ ଏହାକୁ କେଉଁଠାରୁ ସଂଗ୍ରହ କରିଛନ୍ତି ତାହା କହିବା ଉଚିତ୍ । ସିଏନ୍ଏନ୍ ନ୍ୟୁଜ୍ ୧୮ର ରାଇଜିଂ ଇଣ୍ଡିଆ ଶିଖର ସମ୍ମିଳନୀ-୨୦୨୪ ମଞ୍ଚରୁ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏ ସଂକ୍ରାନ୍ତରେ ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତି ଉପରେ ମତ ରଖିଥିଲେ। ନିର୍ବାଚନରେ କଳାଧନର ପ୍ରଭାବ କୁ ହ୍ରାସ କରିବା ପାଇଁ ମଧ୍ୟ ଏହା ଅଣାଯାଇଥିଲା । ଏଥିରେ ସଫଳତା ମଧ୍ୟ ମିଳିଛି ବୋଲି ସେ କହିଛନ୍ତି।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..