Report Card Odisha

| Daily Odia News

ଘୁଞ୍ଚିଲା କେଜ୍ରିୱାଲଙ୍କ ଶୁଣାଣି,ନ୍ୟାୟିକ ହେପାଜତ ୨୩ ଯାଏ ବୃଦ୍ଧି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୁପ୍ରିମକୋର୍ଟଙ୍କ ପରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା ଲାଗିଛି । ସୁପ୍ରିମକୋର୍ଟ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧୀ ଆବେଦନର ତ୍ୱରିତ ଶୁଣାଣିକୁ ମନା କରି ଦେଇଥିଲେ। ଏପ୍ରିଲ ୨୯ରେ ତାଙ୍କ ଆବେଦନର ଶୁଣାଣି ହେବ। ଏହାପରେ ରାଉଜ ଆଭିନ୍ୟୁ କୋର୍ଟ ତାଙ୍କ ନ୍ୟାୟିକ ହେପାଜତର ଅବଧିକୁ ଏପ୍ରିଲ ୨୩ ଯାଏ ବୃଦ୍ଧି କରିଛନ୍ତି | ଆଜି କେଜ୍ରିୱାଲ ନ୍ୟାୟିକ ହେପାଜତର ଅବଧି ଶେଷ ହେଉଥିବାରୁ ଇଡି ତାଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରିଥିଲା। ଏହାପରେ କୋର୍ଟ ତାଙ୍କ ଜେଲ ରହଣୀ ଅବଧିକୁ ଏପ୍ରିଲ ୨୩ ଯାଏ ବୃଦ୍ଧି କରିଥିଲେ।

Breaking News