Report Card Odisha

| Daily Odia News

ଟିକେଟ ଫେରାଇଲେ ସୁଚରିତା ମହାନ୍ତି…..

ରିପୋର୍ଟ କାର୍ଡ / ପୁରୀ

ରାଜ୍ୟ କଂଗ୍ରେସ ରୁ ଟିକେଟ ପାଇ ଟିକେଟ ଫେରାଇ ଦେଇଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି। ଏନେଇ ସେ ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କୁ ଇମେଲ ଯୋଗେ ଜଣାଇଛନ୍ତି। ଏଥିରେ ସେ ଦୁଇଟି କାରଣ ଦର୍ଶାଇଛନ୍ତି। ପୁରୀ ବିଧାନସଭା ଆସନରେ ଦଳ ଦୁର୍ବଳ ପ୍ରାର୍ଥୀ ଦେଇଛି। ଏବଂ ପ୍ରଚାର ପାଇଁ ଦଳ ପକ୍ଷରୁ କୌଣସି ଫଣ୍ଡିଂ ଦିଆଯାଉନଥିବାରୁ ସେ ଟିକେଟ ଫେରାଇଥିବା ଜଣାପଡିଛି। ବିନା ପାର୍ଟି ଫଣ୍ଡିଂରେ କ୍ୟାମ୍ପେନିଙ୍ଗ ସମ୍ଭବ ନୁହେଁ ବୋଲି କହିଛନ୍ତି ସୁଚରିତା। ପୁରୀ ଲୋକସଭା ଆସନରେ ମେ ୨୫ରେ ମତଦାନ ଗ୍ରହଣ କରାଯିବ। ନାମାଙ୍କନ ଭରିବାକୁ ଆଉ ୨ରୁ ୩ଦିନ ବାକିଥିବା ବେଳେ ଏହା ପୂର୍ବରୁ ସୁଚରିତା ଟିକେଟ ଫେରାଇ ଦେଇଛନ୍ତି। ତେବେ କଂଗ୍ରେସ ଏହି ଆସନରୁ କାହାକୁ ପୁଣି ପ୍ରାର୍ଥୀ କରିବ ତାହା ଉପରେ ନଜର ରହିଛି।

Breaking News