ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦ ଭବନର ସୁରକ୍ଷା ଦାୟିତ୍ବ ପରିବର୍ତ୍ତନ ସଂକ୍ରାନ୍ତରେ ଗୃହମନ୍ତ୍ରଣାଳୟ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଛି। ଏହି ନିର୍ଦ୍ଦେଶାନୁସାରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ସଂସଦୀୟ ଭବନର ସୁରକ୍ଷା ଦାୟିତ୍ବ ଗ୍ରହଣ କରିଛି। ଜଣେ ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ଙ୍କ ନେତୃତ୍ବରେ ୧୫୦୦ ସିଆଇଏସ୍ଏଫ୍ ଯବାନ ସଂସଦ ଭବନର ସୁରକ୍ଷା ଦାୟିତ୍ବ ନେଇଛନ୍ତି। ଏହାପୂର୍ବେ ସଂସଦ ଭବନର ଭିତର କ୍ଷେତ୍ରରେ କେନ୍ଦ୍ରୀୟ ସୁରକ୍ଷା ନିମନ୍ତେ ସିଆର୍ପିଏଫ୍ ଓ ସଂସଦ ଭବନ ବାହାର କ୍ଷେତ୍ରରେ ଦିଲ୍ଳୀ ପୁଲିସ କର୍ମଚାରୀ ମୁତୟନ ହୋଇଥିଲେ। ଉଭୟ ଏବେ ଦାୟିତ୍ବରୁ ହଟିଯାଇଛନ୍ତି। ସଂପ୍ରତି ମୁତୟନ ହୋଇଥିବା ସିଆଇଏସ୍ଏଫ୍ ଯବାନ ସଂସଦ ଭବନ ଭିତରେ ଥିବା ବାରାକ୍ରେ ରହିବେ। ଏକ ସ୍ବତନ୍ତ୍ର ଅଗ୍ନିଶମ ୟୁନିଟ୍ ଓ ସଂସଦ ଆଭ୍ୟନ୍ତର କ୍ଷେତ୍ରର ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ଭାବେ ଗଠନ କରାଯାଇଥିବା ପାର୍ଲାମେଣ୍ଟ ସେକ୍ୟୁରିଟି ସର୍ଭିସ୍ (ପିଏସ୍ଏସ୍)ର ଯବାନମାନେ ସିଆଇଏସ୍ଏଫ୍ ଯବାନଙ୍କୁ ସହାୟତା କରିବେ। ସୂଚନାଯୋଗ୍ୟ, ୧୩ ଡିସେମ୍ବର ୨୦୨୩ରେ ସଂସଦ ସୁରକ୍ଷା ଭଙ୍ଗ ଘଟଣା ଘଟିଥିଲା। ଦୁର୍ବୃତ୍ତମାନେ ସଂସଦର ତିନିଟି ସୁରକ୍ଷା ବଳୟକୁ ଭେଦ କରି ସଂସଦ ମଧ୍ୟରେ ପ୍ରବେଶ କରିଥିଲେ ଓ ଶୂନ୍ୟକାଳରେ ଦର୍ଶକ ଗ୍ୟାଲେରିରୁ ଗୃହମଧ୍ୟକୁ ଧୂଆଁ ବୋମା ଫିଙ୍ଗିଥିଲେ। ୨୦ ଡିସେମ୍ବର ୨୦୨୩ରେ ଗୃହମନ୍ତ୍ରଣାଳୟ ସଂସଦ ଭବନର ସୁରକ୍ଷା ସର୍ଭେ କରିବାକୁ ସିଆଇଏସ୍ଏଫ୍କୁ ନିର୍ଦ୍ଦେଶ ଦେଇଥିଲେ।
More Stories
ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ…..
ଅମିତ ଶାହଙ୍କ”ଗୁଣ୍ଡାରାଜ”,ଆପ୍ କର୍ମୀମାନଙ୍କୁ ଆକ୍ରମଣ….
ଭୋଟ୍ ଦେଲେ ରାଷ୍ଟ୍ରପତି,୯ ଟା ସୁଦ୍ଧା ୮.୧୦ ପ୍ରତିଶତ ମତଦାନ…..