ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୋ ବୁଥ୍ ଆପ୍ ଉନ୍ମୋଚନ କଲେ ସିଇଓ ନିକୁଞ୍ଜ ବିହାରୀ ଧଳ। ଏହି ଆପ୍ ଜରିଆରେ ନିଜ ବୁଥ୍ ବିଷୟରେ ଜାଣିପାରିବେ ଭୋଟର। ଖାସ କରି ସହରାଞ୍ଚଳ ଭୋଟରଙ୍କୁ ସଚେତନ ପାଇଁ ଏହି ଆପ୍ ଉନ୍ମୋଚନ କରାଯାଇଛି। ଆପ୍ ଓ ୱେବସାଇଟ ମାଧ୍ୟମରେ ବୁଥ୍ ସମ୍ପର୍କରେ ସବୁ ତଥ୍ୟ ଜାଣିପାରିବେ। ଭୋଟ ହାର ବଢାଇବାରେ ମଧ୍ୟ ସହାୟକ ହେବ ଏହି ଆପ୍। ଆପ୍ ଉନ୍ମୋଚନ ହେବା ପରେ ସେଥିରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ସମସ୍ତ ତଥ୍ୟ ଦିଆଯାଇଛି। ୪ଟି ଲୋକସଭା ମଣ୍ଡଳୀରେ ୭୫.୬୮ପ୍ରତିଶତ ମତଦାନ ହୋଇଥିବା ସୂଚନା ଦିଆଯାଇଛି। ସବୁଠୁ ଅଧିକ ନବରଙ୍ଗପୁରରେ ଏବଂ ସବୁଠୁ କମ ବ୍ରହ୍ମପୁରରେ ମତଦାନ ହୋଇଛି। ସ୍ୱାଭିମାନ ଅଞ୍ଚଳର ୨୩ଟି ବୁଥ୍ରେ ଚଳିତ ବର୍ଷ ୮ପ୍ରତିଶତ ଅଧିକ ଭୋଟିଂ ହୋଇଛି।






More Stories
ଆସିଲା ବିୟୁଟୀଙ୍କ ବ୍ୟବଚ୍ଛେଦ ରିପୋର୍ଟ…..
ନିର୍ମାଣ ହେବ ନୂଆ ରାଜସ୍ୱ ଭବନ…..
ସୌମ୍ୟ ହତ୍ୟା ମାମଲା:ଝାରପଡ଼ା ଜେଲ୍ରେ କ୍ରାଇମବ୍ରାଞ୍ଚ…..