ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୋ ବୁଥ୍ ଆପ୍ ଉନ୍ମୋଚନ କଲେ ସିଇଓ ନିକୁଞ୍ଜ ବିହାରୀ ଧଳ। ଏହି ଆପ୍ ଜରିଆରେ ନିଜ ବୁଥ୍ ବିଷୟରେ ଜାଣିପାରିବେ ଭୋଟର। ଖାସ କରି ସହରାଞ୍ଚଳ ଭୋଟରଙ୍କୁ ସଚେତନ ପାଇଁ ଏହି ଆପ୍ ଉନ୍ମୋଚନ କରାଯାଇଛି। ଆପ୍ ଓ ୱେବସାଇଟ ମାଧ୍ୟମରେ ବୁଥ୍ ସମ୍ପର୍କରେ ସବୁ ତଥ୍ୟ ଜାଣିପାରିବେ। ଭୋଟ ହାର ବଢାଇବାରେ ମଧ୍ୟ ସହାୟକ ହେବ ଏହି ଆପ୍। ଆପ୍ ଉନ୍ମୋଚନ ହେବା ପରେ ସେଥିରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ସମସ୍ତ ତଥ୍ୟ ଦିଆଯାଇଛି। ୪ଟି ଲୋକସଭା ମଣ୍ଡଳୀରେ ୭୫.୬୮ପ୍ରତିଶତ ମତଦାନ ହୋଇଥିବା ସୂଚନା ଦିଆଯାଇଛି। ସବୁଠୁ ଅଧିକ ନବରଙ୍ଗପୁରରେ ଏବଂ ସବୁଠୁ କମ ବ୍ରହ୍ମପୁରରେ ମତଦାନ ହୋଇଛି। ସ୍ୱାଭିମାନ ଅଞ୍ଚଳର ୨୩ଟି ବୁଥ୍ରେ ଚଳିତ ବର୍ଷ ୮ପ୍ରତିଶତ ଅଧିକ ଭୋଟିଂ ହୋଇଛି।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..