ରିପୋର୍ଟ କାର୍ଡ / ଭୁବନେଶ୍ୱର
ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ଯୋଗ ଦେବେ ରାଜନୈତିକ ହିଂସାରେ ପ୍ରାଣ ହାରାଇଥିବା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ର ବିଜେପି କର୍ମୀ ଦିଲ୍ଲୀପ ପାହନଙ୍କ ପରିବାର। ମୃତ ଦିଲ୍ଲୀପଙ୍କ ପରିବାରକୁ ବିଜେପି ପକ୍ଷରୁ ଶପଥ ସମାରୋହରେ ଯୋଗ ଦେବା ପାଇଁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଛି। ଚଳିତ ସାଧାରଣ ନିର୍ବାଚନରେ ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନ ହିଂସାକାଣ୍ଡ ଘଟିଥିଲା। ପୋଷ୍ଟର ମାରିବାକୁ କେନ୍ଦ୍ର କରି ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେଡି କର୍ମୀମାନେ ହିଂସାକାଣ୍ଡ ଘଟାଇଥିଲେ।ବିଜେଡି କର୍ମୀମାନଙ୍କ ଆକ୍ରମଣରେ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ କିଛି ଲୋକ ଆହତ ହୋଇଥିଲେ। ହତ୍ୟା ଘଟଣାରେ SIT ତଦନ୍ତ କରୁଥିବା ବେଳେ ରାଜ୍ୟରେ ନୂଆ ସରକାରକୁ ଭରସା କରିଛନ୍ତି ଦିଲ୍ଲୀପଙ୍କ ପରିବାର। ଏଥିସହ ଦିଲ୍ଲୀପଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ କିପରି କଠୋର ଦଣ୍ଡ ମିଳିବ ସେନେଇ ସରକାରଙ୍କୁ ଦାବି ଜଣାଇବେ ବୋଲି କହିଛନ୍ତି ଦିଲ୍ଲୀପଙ୍କ ପରିବାର ଲୋକ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..