ସୀମା ବିବାଦକୁ ନେଇ ଭାରତ ଓ ଚୀନ ସବୁ ସମୟରେ ମୁହାଁମୁହିଁ ହେଉଛନ୍ତି । ସୀମାରେ ଶାନ୍ତି ବଜାୟ ରଖିବା ନେଇ ଭାରତ-ଚୀନ ମଧ୍ୟରେ କମାଣ୍ଡରସ୍ତରୀୟ ୧୦ମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପେଙ୍ଗଙ୍ଗ ହ୍ରଦ ଅଞ୍ଚଳରୁ ଚୀନ ସୈନ୍ୟ ପ୍ରତ୍ୟାହାର କରିବା ପରେ ୧୦ମ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା ହୋଇଛି । ସୀମାର ଚୁସୁଲ-ମୋଲଦୋ କ୍ଷେତ୍ରରେ ହୋଇଥିବା ଶୀର୍ଷ କମାଣ୍ଡରସ୍ତରୀୟ ବୈଠକରେ ୧୬ଘଣ୍ଟା ଧରି ଆଲୋଚନା ହୋଇଥିଲା ।
ପୂର୍ବ ଲଦାଖର ହଟସ୍ପ୍ରିଙ୍ଗ, ଗୋଗରା, ଡେସପାଙ୍ଗ ଅଞ୍ଚଳରେ ଥିବା ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ହଟାଇବାକୁ ଚୀନକୁ କହିଛି ନୂଆଦିଲ୍ଲୀ । ସେହିପରି ଡେସପାଙ୍ଗ ଅଞ୍ଚଳରେ ଭାରତୀୟ ସୈନ୍ୟଙ୍କ ପାଟ୍ରୋଲିଂରେ ବାଧା ନପହଞ୍ଚାଇବା ପାଇଁ କହିଛି ଭାରତ । ଚୁସୁଲ-ମୋଲଦୋ ସୀମା ବୈଠକରେ ଭାରତର ପ୍ରତିନିଧିତ୍ୱ କରିଥିଲେ ଫୋର୍ଟିନ କ୍ରପସ କମାଣ୍ଡର ଲେଫଟନାନଟ ପି.ଜି.କେ ମେନନ ଓ ଚୀନ ପକ୍ଷରୁ ଆଲୋଚନାରେ ଭାଗ ନେଇଥିଲେ ସାଉଥ ଜିଙ୍ଗଜିଆଙ୍ଗ ମିଲିଟାରୀ ଡିଷ୍ଟ୍ରିକ ଚିଫ ମେଜେର ଜେନେରାଲ ଲିୟୁ ଲିନ ।





More Stories
JPSC ନିଯୁକ୍ତି ଅନିୟମିତତା ମାମଲାରେ ପୂର୍ବତନ ଅଧ୍ୟକ୍ଷ ଗିରଫ…..
ଛାତ୍ର ଆନ୍ଦୋଳନ ପ୍ରସଙ୍ଗରେ ବିବୃତି ରଖିବେ ଅମିତ ଶାହ…..
ଝାରଖଣ୍ଡ ସରକାର-ଛାତ୍ରନେତା ଆଲୋଚନା ବିଫଳ……