Report Card Odisha

| Daily Odia News

ପୁଣି ମା’ ହେଲେ ବଲିଉଡ ବେବୋ

ମୁମ୍ବାଇ: ପୁଣି ମା’ ହେଲେ ବଲିଉଡ ବେବୋ । କରୀନା କପୁର ଓ ସୈଫ ଅଲ୍ଲି ଖାନଙ୍କ ଘରକୁ ଆସିଲେ ନୂଆ ଅତିଥି । ଆଜି ସକାଳୁ ମୁମ୍ବାଇସ୍ଥିତ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ କରୀନା ପୁଣିଥରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ଖୁସି ହେବାସହ ଶୁଭେଚ୍ଛା ପଠାଇଛନ୍ତି । ସେପଟେ ନିଜ ସାନ ଭାଇକୁ ସ୍ୱାଗତ କରିବା ପାଇଁ କରୀନାଙ୍କ ବଡ଼ ପୁଅ ତୈମୁର ମଧ୍ୟ ପୁରା ପ୍ରସ୍ତୁତ ଅଛନ୍ତି । ଏହି ଖୁସି ଖବର ପରେ ଉଭୟ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି । ଫ୍ୟାନ୍ସମାନେ ଉଭୟଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି । ପୂର୍ବଥର ଭଳି ଗର୍ଭବତୀ ଥିବା ବେଳେ ମଧ୍ୟ କାମ କରିବା ଜାରି ରଖିଥିଲେ । ସେ କେବେ ବି କାମ କରିବା ପାଇଁ ଥକିବେ ନାହିଁ ବୋଲି ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ । ଏପରିକି କାମ କରିବା ଦ୍ୱାରା ପେଟରେ ବଢୁଥିବା ଶିଶୁଟି ସୁସ୍ଥ ରହିଥାଏ ବୋଲି କହିଥିଲେ କରୀନା କପୁର । ଏବେ ସେ ପୁଣି ଥରେ ମାତୃତ୍ୱ ଲାଭ କରିଛନ୍ତି । ଏହାସହ ତାଙ୍କର ବଡ଼ ପୁଅ ତୈମୁରଙ୍କୁ ଏକ ଭାଇ ମିଳିଯାଇଛି । କେବଳ ଫ୍ୟାନ୍ସ ନୁହେଁ ବଲିଉଡ ଜଗତର ଅନେକ ସେଲିବ୍ରିଟି ମଧ୍ୟ କରିନା ସୈଫଙ୍କୁ ଶୁଭେଚ୍ଛା ଦେଇଛନ୍ତି ।

Breaking News