ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କାଶ୍ମୀର କାଠୁଆ ଜିଲ୍ଲାର ମାଚେଡି ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜୁନିୟର କମିଶନ ଅଫିସର(ଜେସିଓ)ଙ୍କ ସମେତ ୫ଜଣଙ୍କ ଯବାନ ସହିଦ ହୋଇଛନ୍ତି । ଏହି ଆକ୍ରମଣରେ ଅନ୍ୟ ୫ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସେନା ଗାଡିକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଥିଲେ । ଅଧିକାରୀ ମାନେ କହିଛନ୍ତି ଯେ କାଠୁଆ ସହରଠାରୁ ୧୫୦ କିଲୋମିଟର ଦୂରରେ ଥିବା ମାଚେଡି-କିଣ୍ଡଲି-ମହ୍ଲାର ରାସ୍ତାରେ ସେନା ଗାଡି ନିୟମିତ ପାଟ୍ରୋଲିଂ କରୁଥିବା ବେଳେ ସୋମବାର ଏଭଳି ଘଟଣା ଘଟିଥିଲା । ଗତକିଛି ଦିନ ହେବ ଘାଟିରେ ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ସୋମବାର ଆକ୍ରମଣ ପୂର୍ବରୁ ଜୁନ ୧୨ ଓ ୧୩ରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲା ସେନା । ଏଥିରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିଲେ । ଅନ୍ୟ ଆତଙ୍କବାଦୀମାନେ ନିକଟ ଜଙ୍ଗଲକୁ ପଳାଇ ଯାଇଥିବା ସେନା ଖବର ପାଇ ଲଗାତାର ନଜର ରଖିଥିଲା । ଏହିକ୍ରମରେ ସେନା ଗାଡିକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ ଆତଙ୍କବାଦୀ ।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..