ରିପୋର୍ଟ କାର୍ଡ / ଭୁବନେଶ୍ୱର
ବନ୍ଦ ଘରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଥାନା ଶ୍ରୀରାମ ନଗର ବସ୍ତିରେ। ମୃତ ନାବାଳିକଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡିଛି। ନାବାଳିକା ଜଣଙ୍କ ଶ୍ରୀରାମ ନଗର ବସ୍ତିର ଜଣେ ମହିଳାଙ୍କ ଘରେ ରହୁଥିଲେ। ଆଜି ସକାଳେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ବନ୍ଦଘରୁ ଉଦ୍ଧାର କରାଯାଇଥିଲା। ତେବେ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଥିବା ସମ୍ପୃକ୍ତ ମହିଳା ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ନାବାଳିକା ଜଣେ ପୁଅକୁ ଭଲ ପାଉଥିଲେ। ତାଙ୍କୁ ଘରେ ତାଲା ପକାଇ ରଖିବାରୁ ଆତ୍ମହତ୍ୟା କରିଛନ୍ତି। ତେବେ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ଜଣାପଡ଼ିନାହିଁ। ଏହା ହତ୍ୟା ନା ଆତ୍ମହତ୍ୟା ଖୋଳତାଡ କରୁଛି ମଞ୍ଚେଶ୍ୱର ଥାନା ପୋଲିସ |






More Stories
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ପ୍ରମଥ ପଟ୍ଟନାୟକ କମିଶନର ଅଧ୍ୟକ୍ଷ…..
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ…..