ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପ୍ରଦେଶର ହାଥରସରେ ଆୟୋଜିତ ସତସଙ୍ଗରେ ଘଟିଥିବା ଦଳାଚକଟା ଘଟଣାରେ ଆସିଛି SIT ରିପୋର୍ଟ। SIT ନିଜ ୩ଶହ ପୃଷ୍ଠାର ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ ସତତସଙ୍ଗ ଆୟୋଜନ କରିଥିବା କମିଟି ଓ ଅଫିସରଙ୍କ ଉଦାସୀନତାକୁ ଟାର୍ଗେଟ କରାଯାଇଛି । ମାତ୍ର ଏହି ୩ଶହ ପୃଷ୍ଠାର ରିପୋର୍ଟରେ ଭୋଲେ ବାବାଙ୍କ ନାଁ ଥରେ ବି ଉଲ୍ଲେଖ ହୋଇନାହିଁ। SIT ନିଜ ୩ଶହ ପୃଷ୍ଠାର ରିପୋର୍ଟରେ ୧୧୯ ଜଣଙ୍କ ବୟାନ ରେକର୍ଡ କରିଛି। ଏଥିରେ ହାଥରସର ଡିଏମ୍, ଏସ୍ପି, ସତସଙ୍ଗ ଅନୁମତି ଦେଇଥିବା ଏସ୍ଡିଏମ୍, ସତସଙ୍ଗରେ ମୁତୟନ ପୋଲିସ କର୍ମୀଙ୍କ ବୟାନ ରେକର୍ଡ କରାଯାଇଛି। ଏହାକୁ ବାଦ ଦେଲେ ମୃତକଙ୍କ ପରିବାରବର୍ଗ ଓ ଗୁରୁତର ହୋଇଥିବା ଶ୍ରଦ୍ଧାଳୁଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ଏହି ସତସଙ୍ଗ ନିମନ୍ତେ ୮୦ ହଜାର ଲୋକଙ୍କ ସମାଗମ ନିମନ୍ତେ ଆୟୋଜକଙ୍କୁ ଅନୁମତି ମିଳିଥିଲା। ମାତ୍ର ଏଥିରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ଆୟୋଜକ କମିଟି ଏଥିନିମନ୍ତେ ପୂର୍ବ ପ୍ରସ୍ତୁତି କରି ନ ଥିବା ବେଳେ ଅତ୍ୟଧିକ ଭିଡ଼ ହେତୁ ପରିସ୍ଥିତି ଅସମ୍ଭାଳ ହୋଇଥିଲା। ଏହାସତ୍ତ୍ୱେ ଘଟଣାସ୍ଥଳରେ ଉପସ୍ଥିତ ଅଧିକାରୀ ଓ ପୋଲିସ କର୍ମୀ ଏହାକୁ ଗୁରୁତର ସହ ନେଇ ନ ଥିଲେ କି ଭିଡ଼କୁ ନିୟନ୍ତ୍ରଣ ପାଇଁ କୌଣସି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ ବୋଲି SIT ନିଜ ରିପୋର୍ଟରେ ଉଲ୍ଲେଖ କରିଛି। SIT ନିଜ ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଛି। ଏହାପୂର୍ବରୁ ଭୋଲେ ବାବାଙ୍କ ଓକିଲ ନିଜ ମହକିଲଙ୍କୁ ବଞ୍ଚାଇବା ପାଇଁ କହିଥିଲେ, ସତସଙ୍ଗ ଚାଲିଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଲୋକ ବିଷାକ୍ତ ସ୍ପ୍ରେ କରିଥିଲେ। ଏହାପରେ ସେମାନେ ଗାଡ଼ିରେ ଫେରାର ହୋଇ ଯାଇଥିଲେ। ଫଳରେ ବହୁ ଲୋକ ବେହୋସ ହୋଇ ଯାଇଥିଲେ। ତେଣୁ ସିସିଟିଭି ସିଜ୍ କରି ଯାଞ୍ଚ କରିବାକୁ ସେ କହିଥିଲେ।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……