ରିପୋର୍ଟ କାର୍ଡ / ରାଉରକେଲା
ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ମନୋହରପୁର ନିକଟ ମୁମ୍ବାଇ-ହାୱାଡ଼ା ମୁଖ୍ୟ ରେଳଲାଇନରେ ଗତକାଲି ରାତି ମାଓବାଦୀ ଧମକପୂର୍ଣ୍ଣ ପୋଷ୍ଟର ଲଗାଇଛନ୍ତି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ମୁମ୍ବାଇ ହାୱାଡା ମୁଖ୍ୟ ମାର୍ଗରେ ରେଳଚଳାଚଳ ବନ୍ଦ ରହିଥିଲା। ରେଳ ସୁରକ୍ଷାକର୍ମୀ ଓ ରେଳ କର୍ମଚାରୀ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପରେ ସକାଳ ପ୍ରାୟ ୬ଟାରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା। ପ୍ରାୟ ୫ ଘଣ୍ଟା ଝାରଖଣ୍ଡ ଓ ରାଉରକେଲା ଷ୍ଟେସନ ମଧ୍ୟରେ ମାଲଗାଡି, ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ ବିଭିନ୍ନ ଷ୍ଟେସନରେ ଅଟକି ରହିଥିଲା। ଗତ କିଛି ଦିନ ତଳେ ପଶ୍ଚିମ ସିଂହଭୂମ କୋଲ୍ହଣ ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ମାଓବାଦୀ ସଂଗଠନର କିଛି ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ତାର ପ୍ରତିବାଦରେ ଆଜି ମାଓବାଦୀଙ୍କ ଦିନିକିଆ ବନ୍ଦ ଡାକରା ଦିଆଯାଇଛି। ଗତକାଲି ରାତିରୁ ସମ୍ଭାବ୍ୟ ହିଂସାକୁ ଦୃଷ୍ଟିରେ ରଖି ସୀମାନ୍ତରେ କମ୍ବିଙ୍ଗ ଅପରେସନକୁ ଜୋରଦାର କରାଯାଇଛି।






More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..