ରିପୋର୍ଟ କାର୍ଡ / ପୁରୀ
ଆଜି ରାଜା ସାକେର ନାମକ ଜଣେ ଯୁବକ ନିଜ ଇନ୍ଷ୍ଟାଗ୍ରାମ ଆଇଡିରେ ଶ୍ରୀମନ୍ଦିର ଭିତର ବେଢ଼ାର ଏକାଧିକ ଫଟୋ ଛାଡ଼ିଛନ୍ତି। ଏହି ଫଟୋ ନୃସିଂହ ମନ୍ଦିର ଓ ଆନନ୍ଦ ବଜାରରୁ ଉତ୍ତୋଳନ କରାଯାଇଥିବା ଜଣାପଡ଼ୁଛି। ଶ୍ରୀମନ୍ଦିର ଭିତରେ ଛିଡ଼ା ହୋଇ ଯୁବକ ଜଣକ ନିଜ ମୋବାଇଲ୍ରେ ସେଲ୍ଫି ନେଇଛନ୍ତି, ଯେଉଁଥିରେ ଶ୍ରୀମନ୍ଦିର ଓ ନୃସିଂହ ମନ୍ଦିର ସ୍ପଷ୍ଟ ଦୃଶ୍ୟମାନ ହେଉଛନ୍ତି। ସେହିଭଳି ଆନନ୍ଦବଜାରରେ ଛିଡ଼ା ହୋଇ ଯୁବକ ଜଣକ ବଡ଼ଦାଣ୍ଡର ଫଟୋ ବି ଉତ୍ତୋଳନ କରିଛନ୍ତି। କିଛି ଦିନ ତଳେ ଜଣେ ଯୁବକ ଶ୍ରୀମନ୍ଦିର ବେଢ଼ାରେ ଛିଡ଼ା ହୋଇ ନିଜ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିବା ବେଳେ ପୁନର୍ବାର ଏଭଳି ଘଟଣା, ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।






More Stories
ସୌମ୍ୟ ମୃତ୍ୟୁ ମାମଲା ; ପ୍ରଦୀପ ଗିରଫ……
କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ…..
ସରକାରୀ କାର୍ଯ୍ୟରେ EV ବାଧ୍ୟତାମୂଳକ……