ରିପୋର୍ଟ କାର୍ଡ / ପୁରୀ
ଆଜି ରାଜା ସାକେର ନାମକ ଜଣେ ଯୁବକ ନିଜ ଇନ୍ଷ୍ଟାଗ୍ରାମ ଆଇଡିରେ ଶ୍ରୀମନ୍ଦିର ଭିତର ବେଢ଼ାର ଏକାଧିକ ଫଟୋ ଛାଡ଼ିଛନ୍ତି। ଏହି ଫଟୋ ନୃସିଂହ ମନ୍ଦିର ଓ ଆନନ୍ଦ ବଜାରରୁ ଉତ୍ତୋଳନ କରାଯାଇଥିବା ଜଣାପଡ଼ୁଛି। ଶ୍ରୀମନ୍ଦିର ଭିତରେ ଛିଡ଼ା ହୋଇ ଯୁବକ ଜଣକ ନିଜ ମୋବାଇଲ୍ରେ ସେଲ୍ଫି ନେଇଛନ୍ତି, ଯେଉଁଥିରେ ଶ୍ରୀମନ୍ଦିର ଓ ନୃସିଂହ ମନ୍ଦିର ସ୍ପଷ୍ଟ ଦୃଶ୍ୟମାନ ହେଉଛନ୍ତି। ସେହିଭଳି ଆନନ୍ଦବଜାରରେ ଛିଡ଼ା ହୋଇ ଯୁବକ ଜଣକ ବଡ଼ଦାଣ୍ଡର ଫଟୋ ବି ଉତ୍ତୋଳନ କରିଛନ୍ତି। କିଛି ଦିନ ତଳେ ଜଣେ ଯୁବକ ଶ୍ରୀମନ୍ଦିର ବେଢ଼ାରେ ଛିଡ଼ା ହୋଇ ନିଜ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିବା ବେଳେ ପୁନର୍ବାର ଏଭଳି ଘଟଣା, ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।






More Stories
ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ…..
ଓଡିଶା ଆସିବେ ରାଷ୍ଟ୍ରପତି !…..
ଦୁର୍ବଳ ହେବ ଲଘୁଚାପ:ଏହି ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..