ରିପୋର୍ଟ କାର୍ଡ / ଭୁବନେଶ୍ବର
ଗତକାଲି ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସମୀକ୍ଷା ବୈଠକ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ଏହି ବୈଠକ ହୋଇଥିଲା। ଯେଉଁ ଅଞ୍ଚଳରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନ ଥିବାରୁ ଡ୍ରପ ଆଉଟ ସଂଖ୍ୟା ବଢ଼ିଥାଏ, ଦୂରରେ ସ୍କୁଲ ଥିବା କାରଣରୁ ଯେଉଁ ପିଲାମାନେ ସ୍କୁଲ ଯାଇପାରୁନହାନ୍ତି, ସେହି ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟରେ ୧୦ଟି ସ୍କୁଲକୁ ଉଚ୍ଚ ଅପଗ୍ରେଡ କରାଯିବା ନେଇ ନିଷ୍ପତ୍ତି ହୋଇଛି। ସେସବୁ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ପରିଣତ କରାଯିବ। ପିଲାମାନଙ୍କ ପାଠପଢା, ହଷ୍ଟେଲ ଓ ଖାଦ୍ୟର ମାନ ଯାଞ୍ଚ କରିବେ ବିଭାଗୀୟ ଅଧିକାରୀ ଓ ସଚିବ। ପିଲାମାନଙ୍କୁ ପାଠ ପଢିବାକୁ ଉତ୍ସାହିତ କରିବାକୁ ବିଭାଗ ପଦକ୍ଷେପ ନେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..