ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଆଜିଠୁ ଅଭିଯାନ ଆରମ୍ଭ କରିବ ଭାରତ । ଅଲିମ୍ପିକ୍ସ ମହାକୁମ୍ଭ ୨୬ଜୁଲାଇରେ ଉଦଘାଟନ ହେବାକୁ ଥିବାବେଳେ ଭାରତୀୟ ଖେଳାଳିମାନେ କିନ୍ତୁ ୨୫ ଜୁଲାଇରୁ ଅଭିଯାନ ଆରମ୍ଭ କରିବେ । ଆର୍ଚେରୀ ଟିମ୍ ଇଭେଣ୍ଟରୁ ଅଭିଯାନ ଆରମ୍ଭ କରିବ ଭାରତ । ଭାରତୀୟ ସମୟ ଅପରାହ୍ନ ୧ଟାରେ ମହିଳା ଓ ୫ଟା ୪୫ରେ ପୁରୁଷଙ୍କ ପ୍ରତିଯୋଗିତା ହେବ । ଚଳିତ ଥର ଅଲିମ୍ପିକ୍ସରେ ଭାରତ ପକ୍ଷରୁ ମୋଟ ୧୧୭ଜଣ ଆଥଲେଟ ଅଂଶଗ୍ରହଣ କରିଛନ୍ତି । ଭାରତ ଅଭିଯାନର ପ୍ରଥମ ଦିନରେ ତୀରନ୍ଦାଜୀ ପ୍ରତିଯୋଗିତାରେ ଭାଗ ନେବ । ଏପର୍ଯ୍ୟନ୍ତ ତୀରନ୍ଦାଜୀରେ ଭାରତକୁ କିଛି ବି ମେଡାଲ ମିଳିନାହିଁ । ଏଥିପାଇଁ ଖେଳାଳିଙ୍କ ନଜର ମେଡାଲ ଉପରେ ରହିଛି । ଖେଳାଳି ମାନେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି |






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..