Report Card Odisha

| Daily Odia News

ପ୍ରଧାନମନ୍ତ୍ରୀ ଓ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଣିପୁର ହିଂସାକୁ ବର୍ଷେ ବିତିଯିବା ପରେ ପ୍ରଥମ ଥର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ। ରାଜ୍ୟରେ ଜାତିଗତ ବିବାଦକୁ ନେଇ ଚାଲିଥିବା ହିଂସା ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଥିବା କୁହାଯାଉଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦିଲ୍ଲୀରେ ବିପେଜି ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ସ୍ୱତନ୍ତ୍ର କନକ୍ଲେଭ ଚାଲିଛି। ଏହି କନକ୍ଲେଭରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ମଧ୍ୟ ଯୋଗ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିରେନ ସିଂହଙ୍କର ଏକ ସଂକ୍ଷିପ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ବିଶେଷ ଭାବେ ମଣିପୁରରେ ଚାଲିଥିବା ସଙ୍କଟର ସମ୍ଭାବ୍ୟ ସମାଧାନ, କେନ୍ଦ୍ର ଓ ରାଜ୍ୟର ଯୋଜନା ଏବଂ ରୋଡମ୍ୟାପ ଉପରେ ଆଲୋଚନା ପାଇଁ ଏହି ବୈଠକ ବସିଥିବା କୁହାଯାଉଛି। କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଏବଂ ରାଜନାଥ ସିଂହ ମଧ୍ୟ ଏହି ଆଲୋଚନାରେ ଉପସ୍ଥିତ ଥିଲେ।

Breaking News