ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ବଜେଟ ଉପରେ ଆଲୋଚନା ହୋଇଛି । ଆଲୋଚନାରେ ବେଳେ ବଜେଟ ଉପରେ ମନ୍ତବ୍ୟ ରଖିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏହି ବଜେଟ ଭେଦଭାବପୂର୍ଣ୍ଣ ବୋଲି କହିବା ସହ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ବଜେଟରେ କେବଳ ଦୁଇଟି ରାଜ୍ୟକୁ ଗୁରୁତ୍ୱ ଦିଆଯାଇ ଘୋଷଣା କରାଯାଇଛି । ଏହି ବଜେଟ ମଧ୍ୟବିତ୍ତବର୍ଗଙ୍କୁ ସରକାର ପିଠିରେ ଛୁରୀ ଭୁସିଲା ଭଳି କାମ କରିଛନ୍ତି । ରାହୁଲ କହିଛନ୍ତି ଯେ ଏହି ବଜେଟ ପୂର୍ବରୁ ମଧ୍ୟବିତ୍ତମାନେ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରୁଥିଲେ । ହେଲେ ବଜେଟ ପରେ ସେମାନଙ୍କ ପିଠିରେ ଛୁରାମାଡ କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ଉପରେ ଭରସା କରିପାରୁ ନାହାଁନ୍ତି ।






More Stories
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..
ଇଣ୍ଡୋନେସିଆରେ ବିଜୁବାବୁଙ୍କୁ ମୋଦୀଙ୍କ ପ୍ରଶଂସା…..