ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସିନ୍ଧୁଦୁର୍ଗ ଜିଲ୍ଲାର ଏକ ଜଙ୍ଗଲରେ ଲୁହା ଚେନ୍ ସହିତ ଏକ ଗଛରେ ବନ୍ଧା ହୋଇଥିବା ଜଣେ ୫୦ବର୍ଷ ବୟସ୍କା ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଉଦ୍ଧାର ସମୟରେ ବିଦେଶୀ ମହିଳାଙ୍କ ନିକଟରୁ ଆମେରିକୀୟ ପାସପୋର୍ଟର ଫଟୋକପି ଏବଂ ତାମିଲନାଡୁର ଠିକଣା ସହିତ ଆଧାର କାର୍ଡ ସମେତ ଅନ୍ୟାନ୍ୟ ଦସ୍ତାବିଜ ପୁଲିସ ଜବତ କରିଛି। ବିଦେଶୀ ମହିଳାଙ୍କୁ ଜଙ୍ଗଲରୁ ଉଦ୍ଧାର କରିବା ଘଟଣାକୁ ନେଇ ସୋମବାର ଜଣେ ପୋଲିସ ଅଧିକାରୀ କହିଛନ୍ତି, ‘ସୋର୍ଲି ଗ୍ରାମର ଜଣେ ଗ୍ରାମବାସୀ ଶନିବାର ସନ୍ଧ୍ୟାରେ ଜଙ୍ଗଲ ଭିତରୁ ମହିଳାଙ୍କ ଚିତ୍କାର ଶୁଣିଥିଲେ। ସେ କିଛି ପଡ଼ିଶାଲୋକଙ୍କୁ ଧରି ଜଙ୍ଗଲ ଭିତରକୁ ଯାଇ ଦେଖିଲା ବେଳକୁ ଜଣେ ବୃଦ୍ଧ ଗଛ ତଳେ ପଡ଼ିରହିଛନ୍ତି। ତାଙ୍କ ଗୋଡ ଲୁହା ଚେନରେ ବନ୍ଧା ହୋଇଛି। ଆମ ପାଖକୁ ଏହି ଖବର ଆସିବା ପରେ ଟିମ ଯାଇ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧ ବିଦେଶିନୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କାରଣ ତାଙ୍କ ଶାରୀରିକ ଓ ମାନସିକସ୍ଥିତି ଦୁର୍ବଳ ରହିଥିଲା। ଡାକ୍ତରଖାନରେ ଚିକିତ୍ସା ହେବାପରେ ଏବେ ସେ ସୁସ୍ଥ ଅଛନ୍ତି। ବୃଦ୍ଧାଙ୍କ ନିକଟରୁ ମିଳିଥିବା ଦସ୍ତାବିଜରେ ତାଙ୍କର ଡାକ୍ତରୀ ଚିକିତ୍ସା ରିପୋର୍ଟ ବି ଅଛି। ଯେଉଁଥିରେ ତାଙ୍କର ମାନସିକ ଅବସ୍ଥା ଭଲ ନଥିବା କଥା ଉଲ୍ଲେଖ ରହିଛି। ଏଥିସହିତ ଆମେରିକୀୟ ପାସପୋର୍ଟର ଫଟୋକପି ଏବଂ ତାମିଲନାଡୁର ଠିକଣା ସହିତ ଆଧାର କାର୍ଡ ତାଙ୍କ ପାଖରୁ ମିଳିଛି। ଏଥିରେ ବୃଦ୍ଧାଙ୍କ ନାମ ଲଲିତା କାୟି ବୋଲି ଜଣାପଡ଼ିଛି। ତାଙ୍କ ବିଦେଶ ଯିବାର ଭିସାର ବୈଧତା ମଧ୍ୟ ଶେଷ ହୋଇଯାଇଥିବା ଏହି ଦସ୍ତାବିଜରୁ ଜଣାପଡ଼ିଛି। ପ୍ରାଥିମକ ଯାଞ୍ଚରୁ ଜଣାପଡ଼ିଛି ଲଲିତା କାୟି ଗତ ୧୦ବର୍ଷ ହେବ ତାମିଲନାଡୁରେ ରହୁଛନ୍ତି। ସେ ଏବେ କିଛି କହିବା ଅବସ୍ଥାରେ ନାହାନ୍ତି। ତେଣୁ ସେ ଜଙ୍ଗଲକୁ କେମିତି ଆସିଲେ, ତାଙ୍କୁ କିଏ ଆଣି ଛାଡ଼ି ଦେଇଛି ନା ସେ ନିଜେ ଆସିଛନ୍ତି ସେ ଷୟରେ କିଛି ଜଣାପଡ଼ିନାହିଁ। ଯାଞ୍ଚ ଚାଲିବା ସହିତ ବୃଦ୍ଧଙ୍କ ବୟାନକୁ ଅପେକ୍ଷା ରହିଛି। ସେ କିଛି ବୟାନ ଦେଲେ ଯାଇ ସେ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……