ନୂଆଦିଲ୍ଲୀ : ଦିନେ ଭାରତକୁ ଅନୁମତି ଦେଇନଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଭାରତ ଦେଲା ଅନୁମତି । ଏବେ ଭାରତୀୟ ବାୟୁସୀମାରେ ଉଡିବ ପାକିସ୍ତାନ ବିମାନ । ପାକିସ୍ତାନ ବିମାନକୁ ଉଡାଣ ଲାଗି ଅନୁମତି ଦେଲେ କେନ୍ଦ୍ର ସରକାର । ସୂଚନାନୁସାରେ , ଭାରତୀୟ ବାୟୁସୀମା ଦେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିମାନ ଉଡିବା ଲାଗି ଅନୁମତି ଦିଆଯାଇଛି । ଆଜି ଇମ୍ରାନ ଦୁଇ ଦିନିଆ ଶ୍ରୀଲଙ୍କା ଗସ୍ତ କରିବାକୁ ଥିବାରୁ ଭାରତୀୟ ବାୟୁସୀମା ଦେଇ ତାଙ୍କ ବିମାନ ଉଡ଼ିବା ଲାଗି ପାକସ୍ତାନ ଅନୁମତି ମାଗିଥିଲା । ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ତେବେ ୨୦୧୯ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନକୁ ପାକିସ୍ତାନ ବାୟୁସୀମାର ଉଡାଣ ଲାଗି ଅନୁମତି ଦେଇନଥିଲେ ଇମ୍ରାନ ସରକାର । ସେତେବେଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଏବଂ ସାଉଦି ଆରବ ଗସ୍ତ କରିବା କାର୍ଯ୍ୟକ୍ରମ ଥିଲା । କିନ୍ତୁ ପାକିସ୍ତାନ ସେହି ସମୟରେ ନିଜ ଏୟାରସ୍ପେସ ଖୋଲିବାକୁ ମନା କରିବା ସହ କାଶ୍ମୀରରେ କଥିତ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଆଣିଥିଲା । ପରେ ଏହି ଘଟଣାକୁ ନେଇ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ ନିକଟରେ ଭାରତ ଅଭିଯୋଗ କରିଥିଲା ।
More Stories
ସମଲିଙ୍ଗୀ ବିବାହକୁ ନେଇ ବଡ଼ ରାୟ ଶୁଣାଇଲେ ସୁପ୍ରିମକୋର୍ଟ…..
ଝିଅଙ୍କୁ ପଢ଼ାଖର୍ଚ୍ଚ ଦେବାକୁ ମା’ବାପା ବାଧ୍ୟ…..
କେଜ୍ରିୱାଲଙ୍କ ନିର୍ବାଚନୀ ଦୁର୍ନୀତି ଅଭିଯୋଗର ତଦନ୍ତ ନିର୍ଦ୍ଦେଶ….