Report Card Odisha

| Daily Odia News

ପଥର ଖାଦାନରେ ବିସ୍ଫୋରଣ : ୬ମୃତ

ବେଙ୍ଗାଲୁରୁ : ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ ଘଟି ୬ଜଣ ଶ୍ରମିଙ୍କର ମୃତ୍ୟୁ ଘଙ୍କିଛି । ଏପରି ଦୁଃଖଦ ଘଟଣା ଘଙ୍କିଛି କର୍ଣ୍ଣାଟକର ଚିକାବଲାପୁର ଜିଲ୍ଲା ଅନ୍ତର୍ଗତ ହିରୋନାଗାଭାଲି ପଥର ଖାଦାନରେ । ତେବେ ଖାଦାନରେ ପଥର ଫଟାଇବା ପାଇଁ ଥିବା ଜିଲେଟିନ ଷ୍ଟିକକୁ ସ୍ଥାନାନ୍ତର କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଖାଦାନରେ କାମ କରୁଥିବା ୬ଜଣ ଶ୍ରମିକଙ୍କର ମୃତ୍ୟୁ ଘଙ୍କିଛି । ମୃତଦେହଗୁଡିକ ଖତ୍ପବିଖଣ୍ଡିତ ହୋଇ ଯାଇଥିବାରୁ ଚିହ୍ନିବା ସମ୍ଭବ ହେଉନାହିଁ । ପଥର ଲୋଡିଂ ପାଇଁ ଖଚ୍ଚିକୁ ଆସିଥିବା ଟ୍ରକ ଡ୍ରାଇଭର ଓ ଅନ୍ୟ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି । ତେବେ ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ଖବର ପାଇ ମନ୍ତ୍ରୀ ସୁଧାକର, ଜିଲ୍ଲାପାଳ , ଏସ୍‌ପି ଓ ରାଜସ୍ୱ ଅଧିକାରୀ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତ । ତେବେ ଖଚ୍ଚିରେ ବେଆଇନ ଭାବେ ଜିଳେଟିନ ବ୍ରବହାର କରାଯାଉଥିଲା ବୋଲି ମନ୍ତ୍ରୀ କହିଛନ୍ତି । ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦିୟୁରପ୍ପା ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହା ପୂର୍ବରୁ ଜାନୁଆରି ୨୨ ତରିଖରେ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ଜିଲ୍ଲା ଶିବମୋଗାରେ ଏକ ଖଚ୍ଚିରେ ସମାନ ଧରଣର ବିସ୍ଫୋରଣ ଘଟି ୬ଜଣଙ୍କ ମୃତ୍ୟୁ ହୋଇଥିଲା ।

Breaking News