Report Card Odisha

| Daily Odia News

ପାଠ୍ୟକ୍ରମରେ ସାମିଲ ହେବ ଦୁଷ୍କର୍ମ ନିରୋଧୀ ଆଇନ:ସୁପ୍ରିମକୋର୍ଟ!….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଲକାତା ଆର.ଜି. କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ବିରୋଧ ଜାରି ରହିଥିବାବେଳେ ମହିଳା ବିରୋଧୀ ଅପରାଧ ଓ ଦୁଷ୍କର୍ମ ନିରୋଧୀ ଆଇନ ଏବଂ ମହିଳାଙ୍କ ଅଧିକାର ସମ୍ପର୍କିତ ବିଷୟବସ୍ତୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବାକୁ ଦାବି ହୋଇଛି। ସୁପ୍ରିମକୋର୍ଟରେ ଆଗତ ଏକ ପିଟିସନର ଶୁଣାଣି କରି ଏ ସମ୍ପର୍କରେ କେନ୍ଦ୍ରର ଉତ୍ତର ଲୋଡିଛନ୍ତି। ଆବେଦନକାରୀ ତଥା ବରିଷ୍ଠ ଆଇନଜୀବୀ ଆବାଦ ହରଶଦ ପଣ୍ଡା କହିଛନ୍ତି, ମହିଳା ବିରୋଧୀ ଅପରାଧ ସମ୍ପର୍କରେ ପିଲାମାନଙ୍କୁ ତୃଣମୂଳସ୍ତରରୁ ଅବଗତ କରାଯାଉ ନାହିଁ। ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ସମାନତା ଆଣିବା ଏବଂ ଦୁଷ୍କର୍ମ ବିରୋଧରେ ଶୂନ୍ୟ ସହନଶୀଳତାକୁ ଗୁରୁତ୍ଵ ଦେବା ଉଦ୍ଦେଶ୍ୟରେ ଦେଶବାସୀଙ୍କୁ ବାର୍ତ୍ତା ଦେବା ଜରୁରୀ। ବର୍ତ୍ତମାନ ସମୟରେ ଏଭଳି ଅପରାଧ ପାଇଁ ଦୋଷୀଙ୍କୁ ଆଇନରେ ଆଜୀବନ ଏବଂ ମୃତ୍ୟୁଦଣ୍ଡ ନେଇ ଯେଉଁ ପ୍ରାବଧାନ ରହିଛି ତାହା ସମସ୍ୟାର ମୂଳ କାରଣକୁ ସମ୍ବୋଧନ କରୁନାହିଁ। ତେଣୁ ମହିଳାଙ୍କ ପ୍ରତି ରହିଥିବା ସାମାଜିକ ଦୃଷ୍ଟିଭଙ୍ଗୀ ଏବଂ ଅସମାନତାର ମାନସିକତାକୁ ବଦଳାଇବା ଜରୁରୀ ବୋଲି ଆବେଦନକାରୀ କହିଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ଵରେ ଏକ ଖଣ୍ଡପୀଠ ଏହାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଉତ୍ତର ରଖିବାକୁ କହିଛନ୍ତି।

Breaking News