ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆରଜି କର ହସ୍ପିଟାଲ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ନ୍ୟାୟ ଦାବିକରି ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଆଜି ହଠାତ୍ ଆନ୍ଦୋଳନସ୍ଥଳ ପରିଦର୍ଶନ କରି ସେମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, “ମୁଁ ଏଠାକୁ ଆପମାଣଙ୍କ ‘ଦିଦି’ ଭାବରେ ଆସିଛି, ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ। ମୋ ପଦବୀ ବଡ଼ ନୁହେଁ। ଲୋକଙ୍କ ପଦ ସବୁଠୁ ଉପରେ। ଗତକାଲି ପ୍ରବଳ ବର୍ଷାରେ ବି ଆପଣମାନେ ଏଠାରେ ବିରୋଧ ପ୍ରଦର୍ଶନ ଜାରି ରଖିଥିଲେ, ସେଥିପାଇଁ ମୁଁ କାଲି ରାତିସାରା ଶୋଇନାହିଁ। ମୁଁ ଏଠାକୁ କହିବାକୁ ଆସିଛି ଯେ ଦୟାକରି ଏପରି କରନ୍ତୁ ନାହିଁ। ଆପଣମାନଙ୍କ ସମସ୍ତ ଦାବି ପୂରଣ କରିବାକୁ ମୁଁ ପ୍ରତିଶୃତି ଦେଉଛି।” ମୁଁ ଏନେଇ ସିବିଆଇକୁ ପଚାରିବି ଏବଂ ସେମାନଙ୍କୁ ଅନୁରୋଧ କରିବି। ଦୟାକରି ମୋତେ କିଛି ସମୟ ଦିଅନ୍ତୁ,ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଇସ୍ତଫା ନେଇ ରାଜିଥିବା କହିବାର ଗୋଟିଏ ଦିନ ପରେ ଏପରି ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….