ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡି ନେତାଙ୍କୁ ୨୪ କୋଟି ୨୧ ଲକ୍ଷ ଟଙ୍କାର ଫାଇନ୍ ହୋଇଛି। ମାତ୍ରାଧିକ ଖଣି ଉତ୍ତୋଳନ ତଥା ଜଙ୍ଗଲ ଜମିରେ ବେଆଇନ ଖନନ ମାମଲାରେ ବିଜେଡି ବେଣୁଧର ପ୍ରଧାନଙ୍କ ଉପରେ ନିଆଯାଇଛି ଆକ୍ସନ। ନୟାଗଡ଼ କାସିଆ ପାହାଡ଼ରେ ମାତ୍ରାଧିକ ଖଣି ଉତ୍ତୋଳନ ଓ ଜଙ୍ଗଲ ଜମିରେ ବେଆଇନ ଖନନ ମାମଲାରେ ତାଙ୍କ ବିରୋଧରେ ନିଆଯାଇଛି ଏପରି ଦୃଢ କାର୍ଯ୍ୟାନୁଷ୍ଠାନ । ସମ୍ପୃକ୍ତ ଖଣିକୁ ବନ୍ଦ କରାଯିବା ସହ ବିଏନ୍ଏସ୍ଏସ୍ ଧାରା ୧୬୩ ଜାରି କରିଛି ଖଣି ବିଭାଗ । ବିଜେଡ଼ି ନେତା ତଥା ଭାପୁର ବ୍ଲକ ଉପାଧ୍ୟକ୍ଷ ଲିଜଧାରୀ ବେଣୁଧର ପ୍ରଧାନ ନୟାଗଡ଼ କାସିଆ ପାହାଡ଼କୁ ଲିଜ୍ ସୂତ୍ରରେ ନେଇଥିଲେ। ଏହାପରେ ସେ କାସିଆ ପାହାଡ଼ରେ ଅନୁମତିଠାରୁ ମାତ୍ରାଧିକ ଖଣି ଉତ୍ତୋଳନ କରିଥିଲେ। ଏଥିସହ ଜଙ୍ଗଲ ଜମିରେ ବେଆଇନ ଖନନ ମଧ୍ୟ କରି ଚାଲିଥିଲେ। ମାତ୍ରାଧିକ ଖଣି ଉତ୍ତୋଳନ କରାଯାଇ କାସିଆ ପାହାଡ଼କୁ ଶ୍ରୀହୀନ କରାଯାଇଛି। ବର୍ଷ ବର୍ଷ ଧରି ଏନେଇ ବେଣୁଧରଙ୍କ ନାମରେ ବାରମ୍ବାର ଅଭିଯୋଗ ପରେ ବି ବିଜେଡି କ୍ଷମତାରେ ଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା। ଏଥିଯୋଗୁ ପାହାଡ଼ଟି ଲଣ୍ଡା ହେବାକୁ ବସିଥିବା ବେଳେ ଜଙ୍ଗଲୀ ଜନ୍ତୁଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତଥା ପରିବେଶ ସନ୍ତୁଳନ ବି ବିଗିଡ଼ି ଯିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ମାତ୍ର ବେଣୁଧର ଏହାକୁ ଖାତିର ନ କରି ଖଣି ଏବଂ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ହାତ କରି ପାହାଡ଼ରୁ ବେଆଇନ ଭାବେ ଖନନ ଜାରି ରଖିଥିଲେ। ଏ ସଂପର୍କରେ ଗତ ଜୁଲାଇ ୨୦ରେ ଗଣମାଧ୍ୟମରେ ଖବର ପ୍ରସାରଣ କରିଥିଲା। ଆଉ ଏବେ ନୂଆ ସରକାର ଆସିବା ପରେ ଆକ୍ସନ ନେଇଛି ଖଣି ବିଭାଗ। ଭୁବନେଶ୍ୱର ORSAC ପକ୍ଷରୁ ଅତ୍ୟାଧୁନିକ ଜ୍ଞାନ କୌଶଳଯୁକ୍ତ ମ୍ୟାପିଂ ଯନ୍ତ୍ର ବ୍ୟବହାର କରାଯାଇ ମାପଚୁପ କରାଯାଇଥିଲା । ତେବେ ଖଣି ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଲିଜଧାରୀ ବେଣୁଧର ପ୍ରଧାନ। ଏଥିସହ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ଆଶା ଥିବା କହିଛନ୍ତି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……