ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଫ୍ଲାଗଷ୍ଟାଫ୍ ରୋଡ୍ ବଙ୍ଗଳାରେ ରହିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଏହି ବଙ୍ଗଳା ଛାଡିବାର କିଛି ଦିନ ପରେ ଆତିଶୀ ସେଠାକୁ ଯିବେ। ନୂତନ ବାସଭବନକୁ ଆତିଶୀଙ୍କ ସମସ୍ତ ଆସବାବପତ୍ର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ତେବେ ସେପ୍ଟେମ୍ବର ମାସରେ ଆପ୍ ଜାତୀୟ ସଂଯୋଜକ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏବଂ ଗତ ଶୁକ୍ରବାର ଫ୍ଲାଗଷ୍ଟାଫ୍ ରୋଡ୍ ବଙ୍ଗଳା ଛାଡିଥିଲେ। ବର୍ତ୍ତମାନ ସେ ମଣ୍ଡି ହାଉସ୍ ସ୍ଥିତ ୫ ଫିରୋଜଶାହ ରୋଡ୍ ରେ ଅବସ୍ଥାନ କରୁଛନ୍ତି।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..