ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ। ଏହାକୁ ନେଇ ଯାତ୍ରୀ ଆତଙ୍କିତ ହୋଇପଡିଛନ୍ତି। ମଝି ଆକାଶରେ ବିମାନକୁ ଡାଇଭର୍ଟ କରାଯାଇଛି। ଧମକ ମିଳିବା ପରେ ବିମାନଟିକୁ ଦିଲ୍ଲୀ ଅଭିମୁଖେ ଡାଇଭର୍ଟ କରିଛନ୍ତି ପାଇଲଟ। ଆଇଜି ବିମାନ ବନ୍ଦରରେ ବିମାନଟି ଜରୁରୀକାଳୀନ ଅବତରଣ କରିଛି। ଏନେଇ ଦିଲ୍ଲୀ ପୋଲିସ ସୂଚନା ଦେଇଛି। ଦିଲ୍ଲୀ ପୋଲିସର କହିବା ମୁତାବକ, ବୋମା ଧମକ ପାଇବା ପରେ ସୁରକ୍ଷା ଦୃଷ୍ଟିରୁ ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନଟି ଦିଲ୍ଲୀରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି। ବିମାନଟି ବର୍ତ୍ତମାନ IGI ବିମାନବନ୍ଦରରେ ଅଛି। ସମସ୍ତ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ବାହାରକୁ ଓହ୍ଲାଇ ଦିଆଯାଇଛି। ବର୍ତ୍ତମାନ ବିମାନଟିର ଯାଞ୍ଚ ଚାଲିଛି। ତେବେ ଏବେ ସୁଦ୍ଧା କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନାହିଁ।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..