ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହକି ଇଣ୍ଡିଆ ନିଲାମୀରେ ସବୁଠୁ ଦାମୀ ଖେଳାଳି ଭାବେ ନିଲାମ ହୋଇଛନ୍ତି ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ। ହରମନପ୍ରୀତଙ୍କୁ ୭୮ ଲକ୍ଷରେ କିଣିଛି ସୁର୍ମା ହକି କ୍ଲବ। ସେ ୨୦୫ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୨୩୪ ଗୋଲ ସ୍କୋର କରିଛନ୍ତି। ୨ୟ ଦାମୀ ଖେଳାଳି ହେଉଛନ୍ତି ସଞ୍ଜୟ ନୈନ। ସଞ୍ଜୟଙ୍କୁ ୭୨ ଲକ୍ଷରେ କିଣିଛି ବେଙ୍ଗଲ ଟାଇଗର୍ସ। ସେହିପରି ଉପଅଧିନାୟକ ହାର୍ଦ୍ଦିକ ସିଂହଙ୍କୁ ୭୦ ଲକ୍ଷରେ ନେଇଛି ୟୁପି ରୁଦ୍ରସ୍। ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ୪୮ ଲକ୍ଷରେ ନେଇଛି ତାମିଲନାଡୁ ଡ୍ରାଗନ୍ସ। ମିଡ୍ ଫିଲ୍ଡର ସଞ୍ଜୟଙ୍କୁ କଳିଙ୍ଗ ଲାନସର୍ସ ୩୮ ଲକ୍ଷରେ କିଣିଥିବାବେଳେ ଶମଶେର ସିଂହଙ୍କୁ ଦିଲ୍ଲୀ ଏସଜି ପାଇପର୍ସ ୪୨ ଲକ୍ଷରେ ନେଇଛି। ଆଗାମୀ ଡିସେମ୍ବର ୨୮ରୁ ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ଖେଳାଯିବ ହକି ଇଣ୍ଡିଆ ଲିଗ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ।






More Stories
୨୦ରୁ ସଂସଦର ମୌସୁମୀ ଅଧିବେଶନ…..
ରାମ ମନ୍ଦିରରୁ ଚୋରି ଘଟଣା ଦୁଃଖଦାୟକ…..
ଯେକୌଣସି ମୁହୁର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ…..