ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ୍ଙ୍କୁ ୱାଇ ପ୍ଲସ୍ ସିକ୍ୟୁରିଟି ମିଳିଛି । ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ସଲମାନ୍ ଖାନ୍ଙ୍କ ସୁରକ୍ଷା ବ୍ୟବସ୍ଥା କୁ ବଢ଼ାଇ ଦିଆଯାଇଛି। ୱାଇ ପ୍ଲସ୍ ସିକ୍ୟୁରିଟି ସହ ସଲମାନ୍ଙ୍କ ପାଇଁ ପୋଲିସ ଏସକର୍ଟ କାର୍ର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହାସହ ଅନିର୍ଦ୍ଦିଷ୍ଟକାଳ ଯାଏଁ ସବୁ ଫିଲ୍ମ ସୁଟିଂ, ମିଟିଂ ଓ ଟେଲିଭିଜନ୍ ଶୋ’ ବାତିଲ କରିଛନ୍ତି ସଲମାନ୍। ସୂଚନା ଯୋଗ୍ୟ, ଲରେନ୍ସ ବିଷ୍ଣୋଇ ଏନଆଇଏ ସାମ୍ନାରେ ବଡ ଖୁଲାସା କରିଛି। ବିଷ୍ଣୋଇର ଟାର୍ଗେଟରେ ସବୁଠୁ ହିଟ୍ ଲିଷ୍ଟରେ ରହିଛନ୍ତି ବଲିଉଡ ଭାଇଜାନ ସଲମାନ୍ ଖାନ୍। ସଲମାନଙ୍କୁ ହତ୍ୟା କରିବା ପାଇଁ ପ୍ଲାନ ପ୍ରସ୍ତୁତ କରିଛି ଲରେନ୍ସ। ଯେକୌଣସି ପରିସ୍ଥିତିରେ ବି ସେ ସଲମାନ ଖାନକୁ ହତ୍ୟା କରିବ ବୋଲି କହିଛି। ସଲମାନଙ୍କ ସହ ମୋଟ ୯ଜଣଙ୍କୁ ହିଟ୍ ଲିଷ୍ଟରେ ରଖିଛି ଲରେନ୍ସ।






More Stories
ଆଜି ପୂର୍ବାଞ୍ଚଳ କୃଷି ସମ୍ମିଳନୀ……
ରୁପା ଆମଦାନୀ ଉପରେ କଟକଣା……
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…..