Report Card Odisha

| Daily Odia News

ଆଜି ହରିଆଣା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଜିଠାରୁ ହରିଆଣା ଓ ମୁମ୍ବଇ ଗସ୍ତରେ ଯାଉଛନ୍ତି। ୧୬ ତାରିଖ ଅପରାହ୍ଣରେ ସେ ହରିଆଣା ଅଭିମୁଖେ ଗସ୍ତ କରିବେ ଏବଂ ୧୭ରେ ଚଣ୍ଡିଗଡ଼ଠାରେ ନବ ଗଠିତ ହରିଆଣା ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ସେଦିନ ଅପରାହ୍ଣରେ ଚଣ୍ଡିଗଡ଼ରେ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗଦେବେ। ଚଣ୍ଡିଗଡ ପରେ ମୁଖ୍ୟମନ୍ତ୍ରୀ ମୁମ୍ବଇ ଗସ୍ତରେ ଯାଇ ୧୮ ତାରିଖରେ ଇଣ୍ଡିଆନ୍ କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ସମ୍ଭାବନା ସମ୍ବନ୍ଧିତ ଏକ ସମ୍ମିଳନୀରେ ଯୋଗଦେବେ। ୧୮ ତାରିଖ ଅପରାହ୍ଣ ଓ ୧୯ ତାରିଖ ସକାଳେ ମୁଖ୍ୟମନ୍ତ୍ରୀ ମୁମ୍ବଇର ହୋଟେଲ ଓବରୋଇରେ ଆଗାମୀ ‘ମେକ ଇନ୍ ଓଡ଼ିଶା’ ପାଇଁ ନିବେଶକ ସମ୍ମିଳନୀରେ ଯୋଗଦେବେ। ୧୯ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଆସିବେ ବୋଲି ସୂଚନା ମିଳିଛି।

Breaking News