ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାନାଡା ସହ ଭାରତର ସମ୍ପର୍କ ତିକ୍ତ ହେବାରେ ଲାଗିଛି | ଏହା ମଧ୍ୟରେ ଏକ ଭାରତୀୟ ବିମାନ କାନାଡାରେ ଜରୁରୀ ଅବତରଣ କରିଛି। ମଝି ଆକାଶରେ ବୋମା ଧମକ ମିଳିବା ପରେ ବିମାନର ଜରୁରୀ ଅବତରଣ କରାଯାଇଛି। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଏୟାର ଇଣ୍ଡିଆ ରିପୋର୍ଟ ଅନୁସାରେ, ଆଜି ଏୟାର ଇଣ୍ଡିଆର AI127 ବିମାନ ଦିଲ୍ଲୀରୁ ଚିକାଗୋ ଅଭିମୁଖେ ଉଡ଼ାଣ ଭରିଥିଲା। ମାତ୍ର କିଛି ସମୟରେ ବିମାନରେ ବୋମା ଥିବା ନେଇ ସୂଚନା ମିଳିଥିଲା। ଫଳରେ କାନାଡାର ଇକଲୁଇତି ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି।ବିମାନ ସହ ଯାତ୍ରୀଙ୍କ ପୁନଃଯାଞ୍ଚ କରାଯାଇଛି। ପରବର୍ତ୍ତୀ ଉଡ଼ାଣ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବା ସହ ଆଶ୍ୱାସନା ଦିଆଯାଇଥିବା ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କହିଛନ୍ତି।






More Stories
୨୦ରୁ ସଂସଦର ମୌସୁମୀ ଅଧିବେଶନ…..
ରାମ ମନ୍ଦିରରୁ ଚୋରି ଘଟଣା ଦୁଃଖଦାୟକ…..
ଯେକୌଣସି ମୁହୁର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ…..