ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଅବପାତର ରୂପ ନେବ ସମ୍ଭାବ୍ୟ ବାତ୍ୟା। ଆସନ୍ତାକାଲି ଏହା ବାତ୍ୟାର ରୂପ ନେବ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୨୪ ରାତି କିମ୍ବା ୨୫ ତାରିଖ ଭୋରରୁ ଓଡ଼ିଶାରେ ଭୀଷଣ ବାତ୍ୟା- ‘ଦାନା’ ମାଡ଼ ହେବା ନେଇ ଚିତ୍ର ସ୍ପଷ୍ଟ ହୋଇଛି। ପୁରୀରୁ ପଶ୍ଚିମ ବଙ୍ଗର ସାଗର ଦୀପ ମଧ୍ୟରେ ଏହା ଅତିକ୍ରମ କଲାବେଳକୁ ପବନର ବେଗ ୧୨୦ କିଲୋମିଟର ପାଖାପାଖି ଯିବ ବୋଲି ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି। ଏହାର ପ୍ରଭାବରେ ଭଦ୍ରକ ଓ ବାଲେଶ୍ବର ଉପକୂଳରେ ଉଚ୍ଚ ଜୁଆର ବି ଆସିପାରେ। ୨୪ ଓ ୨୫ ତାରିଖରେ ବେଶି ବର୍ଷା ହେବା ନେଇ ବି ଅନୁମାନ କରିଛନ୍ତି IMD ଡିଜି । ସେପଟେ ଗଭୀର ସମୁଦ୍ର ଭିତରେ ଲଘୁଚାପ କ୍ଷେତ୍ର ଯେତିକି ଶକ୍ତିଶାଳୀ ହେଉଛି, ଓଡ଼ିଶା ଲୋକଙ୍କ ମନରେ ଅକ୍ଟୋବର ବାତ୍ୟା ଛନକା ସେତିକି ବଢୁଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବି ୨୪ ତାରିଖରେ ୭ ଜିଲ୍ଲାକୁ ପ୍ରବଳ ବର୍ଷାର ଚେତାବନୀ ଦେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ୨୫ରେ କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……