ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବୃତ୍ତିରେ ଥିବା ଓକିଲମାନେ ସାମ୍ବାଦିକ ଭାବେ କାର୍ଯ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମତ ଦେଇଛନ୍ତି। ଏହାସହ ଏନେଇ ଜବାବ ରଖିବାକୁ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆକୁ ନୋଟିସ୍ ଜାରି କରିଛନ୍ତି। ମହମ୍ମଦ କାମରାନ୍ ବନାମ ଉତ୍ତରପ୍ରଦେଶ ଓ ଅନ୍ୟାନ୍ୟ ମାମଲାର ଶୁଣାଣି କରି ଓକିଲ ବୃତ୍ତିରେ ଥାଇ ସାମ୍ବାଦିକତା କରୁଥିବା ଆଇନଜୀବୀଙ୍କୁ ବିଚାରପତି ଅଭୟ ଏସ୍ ଓକା ଓ ଅଗଷ୍ଟାଇନ୍ ଜର୍ଜ୍ ମାସିଙ୍କୁ ନେଇ ଗଠିତ ଖଣ୍ଡପୀଠ କଠୋର ଭାଷାରେ ତାଗିଦ୍ କରିଛନ୍ତି। ଏହି ମାମଲାରେ ଆବେଦନକାରୀ ନିଜକୁ ଓକିଲ ଓ ସାମ୍ବାଦିକ ବୋଲି ଦର୍ଶାଇଥିଲେ। ଏହି ପ୍ରସଙ୍ଗକୁ ନେଇ ଆବେଦନକାରୀଙ୍କ ଓକିଲ ବିନୋଦ କୁମାର ତିୱାରୀଙ୍କୁ ବିଚାରପତି ଓକା ତାଗିଦ୍ କରି କହିଛନ୍ତି, ସେ ଓକିଲ ହେବେ ନଚେତ୍ ସାମ୍ବାଦିକ। ଆମେ ଏଭଳି ଦ୍ବୈତ ଭୂମିକାକୁ ଗ୍ରହଣ କରିବୁ ନାହିଁ। ଓକିଲାତି ଏକ ସମ୍ମାନଜନକ ବୃତ୍ତି। ସେ କଦାପି ନିଜକୁ ଜଣେ ମୁକ୍ତବୃତ୍ତି ସାମ୍ବାଦିକ ବୋଲି କହିପାରିବେ ନାହିଁ। ଆବେଦନକାରୀଙ୍କୁ ମଧ୍ୟ ଭର୍ତ୍ସନା କରି ବିଚାରପତି ଓକା କହିଛନ୍ତି, ମୁଁ ତୁମର ବୃତ୍ତିଗତ ଅସଦାଚରଣକୁ ଜାଣିପାରୁନାହିଁ। ତୁମେ ନିଜକୁ ଆଇନଜୀବୀ କହୁଛ ଓ ସାମ୍ବାଦିକ ମଧ୍ୟ। ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ନିୟମକୁ ଦେଖ। ଏଭଳି ଦ୍ବୈତ ବୃତ୍ତିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।






More Stories
ଅଗ୍ନିବୀର ନିଯୁକ୍ତି ପାଇଁ ଆସୁଛି ନୂଆ ନିୟମ…..
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..
୨୦ରୁ ସଂସଦର ମୌସୁମୀ ଅଧିବେଶନ…..