Report Card Odisha

| Daily Odia News

ଆଜିଠୁ ରେଡ୍‌ ଲାଇଟ୍‌ ଅନ୍‌ ଗାଡ଼ି ଅଫ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବଢ଼ି ଚାଲିଛି ପ୍ରଦୂଷଣ। ବିଷାକ୍ତି ହେବରେ ଲାଗିଛି ବାୟୁ। ଆଖି ଜଳିବା ସହ ନିଶ୍ୱାସ ନେବା ବି କଷ୍ଟକର ହୋଇପଡିଲାଣି। ଦୀପାବଳି ପୂର୍ବରୁ ଦିଲ୍ଲୀର ଅବସ୍ତା ବେହାଲ। ବାୟୁର ଗୁଣବତ୍ତା ଦିନକୁ ଦିନ ଅତି ନିମ୍ନସ୍ତରକୁ ଖସି ଚାଲିଛି। ତେଣୁ ପ୍ରଦୂଷଣର ମୁକାବିଲା ପାଇଁ ଆଜିଠୁ ଦିଲ୍ଲୀରେ ଗ୍ରେଡେଡ୍‌ ରେସ୍ପନ୍ସ ଆକ୍ସନ ପ୍ଲାନ୍‌ ବା GRPA ଫେଜ୍-୨ ଲାଗୁ କରାଯାଇଛି। ମଙ୍ଗଳବାର ସକାଳ ୮ଟାରୁ ଦିଲ୍ଲୀରେ ଡିଜେଲ ଚାଳିତ ଜେନେରେଟର ଉପରେ ମଧ୍ୟ ରୋକ୍‌ ଲାଗାଯାଇଛି। ଏଥିସହ କୋଇଲାରେ ଜଳୁଥିବା ଭାଟି ତଥା ତନ୍ଦୁର ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦିଲ୍ଲୀ ସରକାରଙ୍କ ରେଡ୍‌ ଲଇଟ୍‌ ଅନ୍‌, ଗାଡ଼ି ଅଫ୍ ଅଭିଯାନ ଆଜିଠୁ ଆରମ୍ଭ ହୋଇଛି। ଦିଲ୍ଲୀରେ ଗାଡି ଚଳାଚଳ କମ୍‌ କରିବା ପାଇଁ ପାର୍କିଂ ଫିସ୍‌କୁ ମଧ୍ୟ ବଢ଼ାଇ ଦିଆଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ମୁତାବକ, ଦିଲ୍ଲୀରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ପହଞ୍ଚିଛି। ୧୩ଟି ସ୍ଥାନକୁ ହଟ୍‌ସ୍ପଟ୍‌ ରୂପେ ଚିହ୍ନଟ କରାଯାଇଛି। ସବୁଠାରୁ ଉପରେ ରହିଛି ଆନନ୍ଦ ବିହାର। ଆଜି ସକାଳ ୮ଟା ସୁଦ୍ଧା ଏଠାକାର ବାୟୁର ଗୁଣବତ୍ତା ୩୮୫ ରେକର୍ଡ କରାଯାଇଛି। ଆନନ୍ଦ ବିହାର ସମେତ ମୁଣ୍ଡକା, ବଜିରପୁର, ଜହାଙ୍ଗିରପୁର, ଆର୍‌ କେ ପୁରମ୍‌, ଓଖଲା, ବାବନା, ବିବେକ ବିହାର, ନରେଲା, ଅଶୋକ ବିହାର, ଦ୍ୱାରକା, ପଞ୍ଜାବି ବାଗ୍ ଓ ରୋହିଣୀ। ଏ ସମସ୍ତ ଅଞ୍ଚଳକୁ ରେଡ୍‌ ଜୋନ୍‌ ଭିତରେ ରଖାଯାଇଛି। ଏଠାକାର ଏୟାର କ୍ୱାଲିଟି ଇଣ୍ଡେକ୍ସ ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ରେକର୍ଡ ହୋଇଛି।

Breaking News