ରିପୋର୍ଟ କାର୍ଡ / କଟକ
ସମ୍ଭାବ୍ୟ ବାତ୍ୟା ‘ଦାନା’ ପ୍ରଭାବରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ପାଇଁ ପଠାଯାଇଛି ଏନ୍ଡିଆରଏଫ ଟିମ୍ । କଟକ ମୁଣ୍ଡଳୀ ସ୍ଥିତ ଏନ୍ଡିଆରଏଫ ଥାର୍ଡ ବାଟାଲିୟନ ପରିସରରୁ ବିଭିନ୍ନ ଟିମ୍ ପ୍ରଭାବିତ ଜିଲ୍ଲା ମାନଙ୍କ ପାଇଁ ପଠାଯାଇଛି। ମୋଟ ୧୦ ଟି ଏନ୍ଡିଆରଏଫ ଟିମ ଆନୁଷଙ୍ଗିକ ଉପକରଣ ସହ ପଠାଯାଇଛି। ପ୍ରଥମ ପର୍ଯ୍ୟାୟରେ ପୁରୀକୁ ୧ଟି , ଭଦ୍ରକ ୨, ବାଲେଶ୍ଵର ୨, ଜଗତସିଂହପୁର ୨, କେନ୍ଦ୍ରାପଡ଼ା ୨, ମୟୁରଭଞ୍ଜ ପାଇଁ ଗୋଟିଏ ଏନ୍ଡିଆରଏଫ ଟିମ୍ ଯାଇଛନ୍ତି । ବିଶେଷକରି ବାତ୍ୟା ପରେ ଗଛ, କାନ୍ଥ, ଆଦି କାଟିବା ପାଇଁ ବିଭିନ୍ନ ଅତ୍ୟାଧୁନିକ ମେସିନ ବ୍ୟବହାର କରିବେ ଟିମ। ପ୍ରଥମ ପର୍ଯ୍ୟାୟରେ ୧୦ଟି ଟିମ ଗସ୍ତ କରିଛି । ଆବଶ୍ୟକ ପଡ଼ିଲେ ଆହୁରି ଟିମ ମଧ୍ୟ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ମାନଙ୍କୁ ପଠାଯିବ ବୋଲି ଏନ୍ଡିଆରଏଫ ଥାର୍ଡ ବାଟାଲିଅନ୍ ସେକେଣ୍ଡ ଇନ କମାଣ୍ଡଣ୍ଟ ବର୍ଦ୍ଧମାନ ମିଶ୍ର କହିଛନ୍ତି ।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..