Report Card Odisha

| Daily Odia News

୧୯୮ ଟ୍ରେନ୍‌ ବାତିଲ କଲା ଭାରତୀୟ ରେଳ ବିଭାଗ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସାମୁଦ୍ରିକ ବାତ୍ୟା ‘ଦାନା’ ପ୍ରଭାବକୁ ଦୃଷ୍ଟିରେ ରଖି ରେଳଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ଭାରତୀୟ ରେଳପଥ ପକ୍ଷରୁ ଉପକୂଳ ଓଡ଼ିଶା ଦେଇ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଛତିଶଗଡ, ଝାଡଖଣ୍ଡ ସମେତ ଅନ୍ୟାନ୍ୟ ରାଜ୍ୟକୁ ଚଳାଚଳ କରୁଥିବା ୧୯୮ଟି ରେଳକୁ ବାତିଲ କରାଯାଇଛି। ଏହି ଟ୍ରେନ୍‌ ଗୁଡ଼ିକ ଆଜିଠାରୁ ୨୫ ତାରିଖ ମଧ୍ୟରେ ଚଳାଚଳ ବନ୍ଦ ରହିବ। ବାତିଲ ହୋଇଥିବା ମୋଟ ୧୯୮ ରେଳ ମଧ୍ୟରୁ ୯୪ଟି ଅପ୍‌ ଏବଂ ୧୦୪ଟି ଡାଉନ ଟ୍ରେନ ରହିଛି। ସେଥିମଧ୍ୟରେ ହାୱଡ଼ା-ସିକନ୍ଦରାବାଦ, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ବର, ହାୱଡ଼ା-ଭୁବନେଶ୍ୱର, ହାୱଡ଼ା-ପୁରୀ, ନୂଆଦିଲ୍ଲୀ-ପୁରୀ, ଖଡ଼ଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ବର ବାତିଲ କରାଯାଇଛି। ସେହିପରି ସିକନ୍ଦରାବାଦ-ଭୁବନେଶ୍ୱର, ପୁଡୁଚେରୀ-ହାୱଡ଼ା, ପୁଡୁଚେରୀ-ଭୁବନେଶ୍ୱର ରେଳ ମଧ୍ୟ ବାତିଲ ହୋଇଥିବା ନେଇ ପୂର୍ବତଟ ରେଳପଥ ରେଳଯାତ୍ରୀଙ୍କ ନିମନ୍ତେ ଅବଗତ କରିଛି।

Breaking News