ରିପୋର୍ଟ କାର୍ଡ / କଟକ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି କଟକ ସହର ସମସ୍ୟା ସମ୍ପର୍କିତ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ। ସହରରୁ ହୋଡିଂ ଓ ବାଉଁଶ ଗେଟ ୨୪ ଘଣ୍ଟା ଭିତରେ ହଟାଇବାକୁ କଟକ ଡିସିପି, ଜିଲ୍ଲାପାଳ ଓ CMC କମିଶନରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ପୂଜା ମଣ୍ଡପରୁ ଗେଟ ହଟିବ ନାହିଁ, ସେମାନଙ୍କୁ ଆସନ୍ତା ବର୍ଷକୁ ଗେଟ କରିବା ପାଇଁ ଅନୁମତି ମିଳିବ ନାହିଁ ବୋଲି କୋର୍ଟ ରୋକଠୋକ ଶୁଣାଇଛନ୍ତି। ଏହାସହ ରିଂ ବନ୍ଧ ଓ ଅନ୍ୟାନ୍ୟ ସ୍ଥାନରୁ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଗଛ କାଟିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଅନ୍ୟପଟେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର କଳାବଜାରୀକୁ ନେଇ ହାଇକୋର୍ଟଙ୍କ ଉଦ୍ବେଗ ପ୍ରକାଶ କରିଛନ୍ତି। କଳାବଜାରୀ ରୋକିବା ପାଇଁ ପୋଲିସ କୁ ସାଦା ପୋଷାକରେ ନିୟୋଜିତ କରିବାକୁ କୋର୍ଟ କହିଛନ୍ତି। ଏହାଛଡା ସହରରୁ ଜଳ ନିଷ୍କାସନ ପାଇଁ ପମ୍ପସେଟ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।






More Stories
ଏଣିକି ବର୍ଷକୁ ୪ଟି ପରୀକ୍ଷା…..
ରାଜ୍ୟରେ ୨୦ଲକ୍ଷ ଭୋଟରଙ୍କ ନାଁ କଟିଲା…..
ବଢ଼ୁଛି ନଦୀମାଙ୍କର ଜଳସ୍ତର…..