Report Card Odisha

| Daily Odia News

ଷ୍ଟୋନ୍‌‌ ଅପରେସନ ବେଳେ ବାହାର କରିଦେଲେ କିଡନୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପେଟରେ ଷ୍ଟୋନ୍‌‌ ବାହାର କରିବା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲେ | ଡାକ୍ତର କିଡନୀ ବାହାର କରିଦେଇଛନ୍ତି। କିଡନୀ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହରାଇବା ପରେ ଜଣେ ବ୍ୟକ୍ତି ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାପରେ କୋର୍ଟରେ ଶୁଣାଣି କରି ଡାକ୍ତରଙ୍କୁ ୬ଲକ୍ଷ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହି କ୍ଷତିପୂରଣ ଯଥେଷ୍ଟ କି ବୋଲି ପ୍ରଶ୍ନ ଉଠିଛି। ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନାର କରିମନଗର ଜିଲ୍ଲାର ଏକ ହସ୍ପିଟାଲରେ ଜଣେ ରୋଗୀ ତାଙ୍କ ପେଟରେ ଷ୍ଟୋନ ହୋଇଥିବାରୁ ଚିକିତ୍ସା ପାଇଁ ଆସିଥିଲେ। ହେଲେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କ ଷ୍ଟୋର ଅପରେସନ ବଦଳରେ କିଡନୀ ବାହାର କରି ଦେଇଥିବା ଅଭିଯୋଗ ହୋଇଛି। ଡାକ୍ତରଙ୍କ ଅବହେଳାକୁ ବିରୋଧ କରି ରୋଗୀ ଜଣଙ୍କ ସ୍ଥାନୀୟ ଜିଲ୍ଲା ଖାଉଟି ଫୋରମରୁ ନ୍ୟାୟ ପାଇଁ ନିବେଦନ କରି ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗର ଶୁଣାଣି କରି ଜିଲ୍ଲା ଖାଉଟି ଫୋରମ ଅଭିଯୁକ୍ତ ଡାକ୍ତରଙ୍କୁ ୬ଲକ୍ଷ ଟଙ୍କା ଜୋରିମାନା ଦେବାକୁ କହିଥିଲେ ସୁଦ୍ଧା ଡାକ୍ତର ଜଣଙ୍କ କିନ୍ତୁ ଏହା ଦେବାକୁ ପ୍ରସ୍ତୁତ ନୁହଁନ୍ତି। ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ସାଧାରଣ ରୋଗୀଙ୍କ ଜୀବନ ବପଦକୁ ଠେଲି ହୋଇଯାଇଛି। ନିଜ ଭୁଲକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହାଁନ୍ତି ଡାକ୍ତର ଜଣଙ୍କ। ଏହା ପରେ ଜିଲା ଫୋରମଙ୍କ ନିଷ୍ପତିକୁ ରାଜ୍ୟ ଖାଉଟି ଫୋରମରେ ଚ୍ୟାଲେଞ୍ଜ କରିଛନ୍ତି ଡାକ୍ତର। ହେଲେ ଜିଲ୍ଲା ଫୋରମଙ୍କ ନିଷ୍ପତିକୁ ସମର୍ଥନ କରିଛନ୍ତି ରାଜ୍ୟ ଖାଉଟି ଫୋରମ୍‌‌। ଏକ ରିପୋର୍ଟ ଅନୁସାରେ ରୋଗୀଙ୍କ ନାମ ବୁସା ମଲ୍ଲାୟା। ସେ କରିମନଗର ଜିଲାର କଲଭା ଶ୍ରୀରାମପୁର ଗ୍ରାମର ବାସିନ୍ଦା। ନଭେମ୍ବର ୨୦୦୪ରେ ସେବା ସଂକଳ୍ପ କିଡନୀ ହସ୍ପିଟାଲରେ ରୋଗୀ ଜଣଙ୍କ ଅପରେସନ କରିବାକୁ ଯାଇଥିବା ବେଳେ ଡାକ୍ତର ଏସ୍‌‌ ରାମ ଗୋପାଳ ତାଙ୍କର ଚିକିତ୍ସା କରି ପେଟରେ ଷ୍ଟୋନ ହୋଇଥିବା କହିଥିଲେ। ଏହାକୁ ଅପରେସନ କରି ବାହାର କରିବାକୁ ପଡ଼ିବ ବୋଲି କହିଥିଲେ। ଅସ୍ତ୍ରୋପଚାର ପାଇଁ ୬ହଜାର ଟଙ୍କା ଦେଇଥିଲେ ରୋଗୀ। ତେବେ ଅସ୍ତ୍ରୋପଚାର ପରେ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ତାଙ୍କ ପତ୍ନୀଙ୍କୁ କୁହାଯାଇଥିଲା। ତାଙ୍କୁ ହାଇଦ୍ରାବାଦ ନିଆଯିବା ଦରକାର ବୋଲି ଡାକ୍ତର କହିଥିଲେ। ଏହାପରେ ତାଙ୍କୁ ନିମ୍ସ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଆଉ ଏକ ଅସ୍ତ୍ରୋପଚାର ହୋଇଥିଲା। ହସ୍ପିଟାଲରୁ ଫେରିବା ପରେ ମଲ୍ଲାୟାଙ୍କ ପେଟରେ ଯନ୍ତ୍ରଣା ହେବାରୁ ଅନ୍ୟ ଏକ ଡାକ୍ତରଖାନା ଭେଙ୍କଟେଶ୍ୱର କିଡନୀ ସେଣ୍ଟରରେ ସେ ଡାକ୍ତର ଆର ଭାକାଇୟାଙ୍କୁ ଭେଟିଥିଲେ। ସେ କହିଥିଲେ ଯେ ମଲ୍ଲାୟାଙ୍କ ଡାହାଣ ପାଶ୍ୱର୍ରେ କିଡନୀ ନାହିଁ। ଏହାପରେ ମଲ୍ଲୈୟା ଥାନାରେ ଏତଲା ଦେଇଥିଲେ। ଅସ୍ତ୍ରୋପଚାର କରିଥିବା ଡାକ୍ତର ଏ ସମ୍ପର୍କରେ କହିଥିଲେ ଯେ ରକ୍ତସ୍ରାବ ଯୋଗୁଁ କିଡନୀ ବାହାର କରିବାକୁ ପଡ଼ିଥିଲା। ଅପରେସନ ସମୟରେ ଅତ୍ୟଧିକ ରକ୍ତସ୍ରାବ ହେତୁ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଏହି କାରଣରୁ ତାଙ୍କ ଡାହାଣ କିଡନୀ ବାହାର କରିବାକୁ ପଡ଼ିଥିବା ଡାକ୍ତର କହିଛନ୍ତି। ଉଭୟ ପକ୍ଷକୁ ଶୁଣିବା ପରେ କମିଶନ ଜାଣିବାକୁ ପାଇଥିଲେ ଯେ ଡାକ୍ତରଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି।

Breaking News