ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଥମ ଥର ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ିବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ୱାୟନାଡ ଲୋକସଭା ସିଟ୍ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ପ୍ରିୟଙ୍କା ଆଜି ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ବେଳେ ତାଙ୍କ ମା’ ସୋନିଆ ଗାନ୍ଧି, ଭାଇ ରାହୁଲ ଗାନ୍ଧି ଓ କଂଗ୍ରେସର ବହୁ ହେଭିୱେଟ ନେତା ଉପସ୍ଥିତ ଥିଲେ। ନିଜ ମା’ଙ୍କ ସହ ପ୍ରିୟଙ୍କା ଗତ ରାତିରେ ୱାୟନାଡରେ ପହଞ୍ଚିଥିଲେ। ସେଠାରେ ସେମାନେ ସ୍ଥାନୀୟ ଲୋକଙ୍କ ସହ ବହୁ ଚର୍ଚ୍ଚା ଓ ଆଲୋଚନା କରିଥିଲେ। ଆଜି ପ୍ରିୟଙ୍କାଙ୍କ ନାମାଙ୍କନ ଦାଖଲ ବେଳେ ମା’ ସୋନିଆ ଗାନ୍ଧି, ଭାଇ ରାହୁଲ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ସମେତ ଦଳର ବହୁ ଆଗ ଧାଡ଼ିର ନେତା ଉପସ୍ଥିତ ଥିଲେ। ନାମାଙ୍କନ ଦାଖଲ ପରେ ପ୍ରିୟଙ୍କା ଓ ରାହୁଲ ଆଜି କଲ୍ଲେପଟ୍ଟା ନ୍ୟୁ ବସ୍ ଷ୍ଟାଣ୍ଡ ନିକଟରୁ ଏକ ରୋଡ ଶୋ’ କରିବେ ବୋଲି ଜଣାଯାଇଛି।






More Stories
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..
ନୀତିନ ନବୀନଙ୍କ ଇସ୍ତଫା…..
ଓଏଏସ୍ ସ୍ତରରେ ଅଦଳବଦଳ…..