ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାତ୍ୟା ଦାନା ମୁକାବିଲା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡା ଜିଲାରେ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ପ୍ରଭାବିତ ହେବାକୁ ଥିବା ଜିଲାରେ ୧୯ଟି ଏନଡିଆରଏଫ୍, ୫୧ଟି ଓଡ୍ରାଫ, ୧୭୮ଟି ଅଗ୍ନିଶମ ଟିମ୍ ପ୍ରସ୍ତୁତ ରହିଛନ୍ତି। ପ୍ରବଳ ବର୍ଷା ପବନରେ ଗଛ ଉପୁଡିଲେ ୧୦ମିନିଟରେ ଗଛ କାଟି ରାସ୍ତା ସଫା କରିବାକୁ ବ୍ୟବସ୍ଥା ହୋଇଛି। ସେହିପରି ବାତ୍ୟା ବେଳେ ବିଜୁଳି କାଟ୍ ଖବର ଆସିନି, ଅଧିକ ପବନ ହେଲେ ବିଦ୍ୟୁତ କାଟ ହୋଇପାରେ ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ କିଛି ସମୟ ମଧ୍ୟରେ ପୁଣି ଥରେ ବାତ୍ୟା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..