ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତୁର୍କୀର ରାଜଧାନୀ ଅଙ୍କାରା ନିକଟରେ ବୁଧବାର ଘଟିଥିବା ଆତଙ୍କବାଦୀ ଆକ୍ରମଣର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଆତଙ୍କବାଦୀମାନେ କିପରି ବିସ୍ଫୋରଣ ଏବଂ ଗୁଳି ଚଳାଇ ୫ ଜଣଙ୍କୁ ହତ୍ୟା କରିଛନ୍ତି ତାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଟିୟୁଏସଏଏସ(ତୁର୍କୀ ଏରୋସ୍ପେସ ଇଣ୍ଡଷ୍ଟ୍ରି) ନିକଟରେ ପ୍ରଥମେ ବିସ୍ଫୋରଣ ହୋଇଥିଲା। ଏହା ପରେ କିଛି ବନ୍ଧୁକଧାରୀ ଆତଙ୍କବାଦୀ ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କ ଉପରେ ଗୁଳିମାଡ଼ କରିଥିଲେ। ଆତଙ୍କବାଦୀଙ୍କ ମଧ୍ୟରେ ଜଣେ କୁର୍ଦ୍ଦ ମହିଳା ଏବଂ ଅନ୍ୟ ଜଣେ ପୁରୁଷ ବନ୍ଧୁକ ଧରି ଜନସାଧାରଣଙ୍କୁ ଗୁଳି କରୁଥିବା ଦେଖାଯାଇଛି। ଏକ ପାର୍କିଂ ସ୍ଥଳରେ ଏହି ଆକ୍ରମଣ ହୋଇଛି। ଏହି ଘଟଣାରେ ଅନ୍ୟ ୨୨ ଜଣ ଆହତ ହୋଇଛନ୍ତି।






More Stories
ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ…..
ଦେଶ ଏକ ବଡ଼ ‘ଆର୍ଥିକ ଝଡ଼’ର ସମ୍ମୁଖୀନ ହେବାକୁ ଯାଉଛି…..
୨୦ରେ ମିଳିବନି ଔଷଧ…..