Report Card Odisha

| Daily Odia News

ଉତ୍ତର ଓଡିଶାରେ ପ୍ରବଳ ବର୍ଷୁଛି …..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଦୁର୍ବଳ ହୋଇ ବାତ୍ୟା ଦାନା ଡିପ୍ରେସନରେ ପରିଣତ ହୋଇଛି। ଏବେ ଅବପାତଟି ଉତ୍ତର ଓଡିଶା ଉପରେ ସକ୍ରିୟ ରହିଥିବା ସୂଚନା ମିଳିଛି। ଏହା ଭଦ୍ରକରୁ ୫୦ କିଲୋମିଟର ଉତ୍ତର ପଶ୍ଚିମ ଓ କେନ୍ଦୁଝରରୁ ୭୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଅବପାତ ଉତ୍ତର ପଶ୍ଚିମ ଦିଗରେ ଓଡିଶା ଦେଇ ଅତିକ୍ରମ କରିବ। ଆହୁରି ଦୁର୍ବଳ ହୋଇ ଆଜି ୟେଲୋ ମାର୍କ ଲୋ ପ୍ରେସରରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଜି ସକାଳେ ୪ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି। ଏସବୁ ଜିଲ୍ଲା ଗୁଡିକ ହେଲା ବାଲେଶ୍ଵର, ଭଦ୍ରକ , ମୟୁରଭଞ୍ଜ ଓ କେନ୍ଦୁଝର । ଏସବୁ ଜିଲ୍ଲାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ୪ ଜିଲ୍ଲା କେନ୍ଦ୍ରାପଡା, କଟକ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାକୁ ଅରେଞ୍ଜ ସତର୍କତା ଜାରି ହୋଇଛି। ଆଜି ପାଇଁ ପ୍ରବଳ ବର୍ଷା ନେଇ ବାଲେଶ୍ଵର, ମୟୁରଭଞ୍ଜ ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଛି। କାଲିଠୁ ପାଗରେ ପରିବର୍ତ୍ତନ ହେବା ନେଇ ଆକଳନ କରାଯାଇଛି। ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ଜାରି ରହିଛି। ଏହି ୫ଟି ଜିଲ୍ଲାରେ ଅକ୍ଟୋବର ୨୬ରେ ମଧ୍ୟ ବର୍ଷା ଆଶଙ୍କା କରାଯାଇଛି।

Breaking News