ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମିରଟର କାଇସରଗଞ୍ଜ ଅଞ୍ଚଳରେ ଏକ ମାଲବାହୀ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି। ମୋରାଦାବାଦର ରେଳ ଅଧୀକ୍ଷକ ଆଶୁତୋଷ ଶୁକ୍ଳା କହିଛନ୍ତି ଯେ ମାଲବାହୀ ଟ୍ରେନର ସଣ୍ଟିଙ୍ଗ୍ ସମୟରେ ଏହି ଘଟଣା ଘଟିଥିଲା, ତେବେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି। ସୂଚନା ଅନୁସାରେ, ମିରଟ ସିଟି ଷ୍ଟେସନ ନିକଟରେ ସକାଳ ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଥିଲା। ଏହିପରି ଆଉ ଘଟଣାକ୍ରମେ ଶୁକ୍ରବାର ଭୋର ସମୟରେ ସାହାରନପୁର ରେଳ ଷ୍ଟେସନ ନିକଟରେ ଅନ୍ୟ ଏକ ମାଲବାହୀ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା। ଏଥିରେ କେହି ମୃତାହତ ହୋଇନଥିବା ଅଧିକାରୀମାନେ କହିଛନ୍ତି। ଅମ୍ବାଲା ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆରଏମ) ମନଦୀପ ସିଂ ଭାଟିଆ କହିଛନ୍ତି ଯେ ପଞ୍ଜାବର ଫିରୋଜପୁରରୁ ଆସୁଥିବା ଟ୍ରେନଟି ସାହାରନପୁର ରେଳ ଷ୍ଟେସନ ନିକଟରେ ଆସୁଥିବା ବେଳେ ଏହି ଘଟଣା ଘଟିଥିଲା। ଦୁର୍ଘଟଣାର କାରଣ ନେଇ ଏବେ ତଦନ୍ତ ଚାଲିଛି। ଏଥିରେ କେହି ଆହତ ହୋଇନାହାନ୍ତି। ଏହି ଘଟଣା ସତ୍ତ୍ୱେ ରେଳ ଚଳାଚଳ ପ୍ରଭାବିତ ହୋଇନଥିବା ବେଳେ ଅନ୍ୟ ଟ୍ରେନ୍ ଗୁଡ଼ିକ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲିଛି।






More Stories
ଅଗ୍ନିବୀର ନିଯୁକ୍ତି ପାଇଁ ଆସୁଛି ନୂଆ ନିୟମ…..
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..
୨୦ରୁ ସଂସଦର ମୌସୁମୀ ଅଧିବେଶନ…..