ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ଖାଇବର ପଖତୁନଖୱା ପ୍ରଦେଶ ଅନ୍ତର୍ଗତ ଡେରା ଇସମାଇଲ୍ ଖାଁ ଜିଲ୍ଲାରେ ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୧୦ ପୋଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି। ଶୁକ୍ରବାର ସକାଳେ ଆତଙ୍କବାଦୀମାନେ ପୋଲିସ ସହାୟକ ବାହିନୀ ଫ୍ରଣ୍ଟିୟର କନଷ୍ଟେବୁଲାରିର ଏକ ଚେକ୍ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ସୁରକ୍ଷାବାହିନୀ ଏହାର ପାଲଟା ଜବାବ ଦେଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘ ସମୟ ଗୁଳିବିନିମୟ ହୋଇଥିଲା। ଏଥିରେ ୧୦ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବାବେଳେ ୭ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ତେହରିକ-ଇ-ତାଲିବାନ ପାକିସ୍ତାନ ନିଜକୁ ଦାୟୀ କରିଛି।






More Stories
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ…..
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..