ରିପୋର୍ଟ କାର୍ଡ / ଭୁବନେଶ୍ଵର
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନଙ୍କ ସହ ଅନ୍ୟ କେତେକଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ ପ୍ରସଙ୍ଗ। ପୁଲିସ୍ ଡିଜି ଓ୍ବାଇ.ବି ଖୁରାନିଆ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହା ଏକ ନିୟମିତ ପ୍ରକ୍ରିୟା । ସମୟ ଅନୁସାରେ ରାଜ୍ୟସ୍ତରୀୟ କମିଟି ରିଭ୍ୟୁ କରେ ଏବଂ କମିଟି ଯାହା ନିଷ୍ପତ୍ତି ନିଏ, ସେ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଏ। ରାଜ୍ୟ ସରକାର ଭିକେ ପାଣ୍ଡିଆନ୍ ଏବଂ ପୂର୍ବତନ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ହଟାଇ ଦେଇଛନ୍ତି। ସେହିପରି ଅସିତ୍ ତ୍ରିପାଠୀଙ୍କ ସୁରକ୍ଷା ଦାୟିତ୍ଵରେ ଥିବା ୩ ଜଣ ସୁରକ୍ଷା କର୍ମୀଙ୍କୁ ମଧ୍ୟ ପ୍ରତ୍ୟାହାର କରି ନିଆଯାଇଛି।






More Stories
ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି…..
୪୦୦ ନିୟୁତ ତୈଳ ପଠାଇବ ଆଇଇଏ…..
IAS ସ୍ତରରେ ଅଦଳବଦଳ…..